ବାଲିଗୁଡ଼ା, (ବାଘୁଆବାର୍ତ୍ତା): ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ.ଏ.ସିରେ ଆକାଉଣ୍ଟଟାଣ୍ଟ ଭାବେ କାର୍ୟାରତ ଡି. ଭବାନୀ ଶଙ୍କର ଦୋରାଙ୍କୁ ମାଡ଼ । ବାଲିଗୁଡା ବିଧାୟକ ପ୍ରତିନିଧି ଅବନୀ କୁମାର ନାୟକ ଓ ତାଙ୍କର କୋଡିଏରୁ ଉର୍ଦ୍ଧ୍ଵ ସହଯୋଗୀ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି । ଏନେଇ ପୋଲିସ ବାଲିଗୁଡା ଥାନାରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି । ଏହି ଆକ୍ରମଣରେ ସରକାରୀ କର୍ମଚାରୀ ଆହତ ହୋଇଛନ୍ତି । ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।






