Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ୬ଜଣ ଅଭିଯୁକ୍ତଙ୍କୁ ଜଜଙ୍କ କୋର୍ଟରେ ହାଜର

by ସଞ୍ଜୟ ସ୍ୱାଇଁ
October 12, 2022
in Crime, State
ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ୬ଜଣ ଅଭିଯୁକ୍ତଙ୍କୁ ଜଜଙ୍କ କୋର୍ଟରେ ହାଜର
287
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ୬ଜଣ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜେଲରୁ ଅଣାଯାଇ ଭଦ୍ରକ ଜିଲ୍ଲା ଜଜଙ୍କ କୋର୍ଟରେ ହାଜର କରାଯାଇଥିଲା । କ୍ରାଇମବ୍ରାଞ୍ଚ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟ ଅନୁଯାୟୀ ସମସ୍ତ ଦଫାରେ ସବୁ ଅଭିଯୁକ୍ତିଙ୍କୁ ଚାର୍ଜଫ୍ରେମ କରାଯାଇଛି । ପ୍ରକାଶ ଯୋଗ୍ୟ, କ୍ୟାମେରାମ୍ୟାନ ମାନସ ସ୍ୱାଇଁକୁ ଚାନ୍ଦବାଲି ପଳାସପୁର ଗ୍ରାମରୁ ଅପହରଣ କରିନେଇ ଭୁବନେଶ୍ୱର ଦୟାଲ ଆଶ୍ରମରେ ନିର୍ୟାତନା ଦିଆଯାଇ ହତ୍ୟା କରାଯାଇଥିଲା । ପରେ ତାଙ୍କ ମୃତ ଶରୀର ନୟାଗଡ଼ରୁ ନିକଟରୁ ମିଳିଥିଲା । ପ୍ରଥମେ ଚାନ୍ଦବାଲି ପୁଲିସ ଏକ ମାମଲା ରୁଜ୍ଜୁ କରିଥିଲେ ମଧ୍ୟ ମାମଲାର ଗୁରୁତ୍ୱ ଦୃଷ୍ଟିରୁ ସରକାର ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ତଦନ୍ତ ସମୟରେ ମୁଖ୍ୟ ଅଭିଯୁକ୍ତ ସମ୍ପୂର୍ଣ୍ଣ ନିଉଜର ମାଲିକାଣି ଶର୍ମିଷ୍ଠା ରାଉତଙ୍କୁ ଗିରଫ କରିଥିଲା । ତାଙ୍କ ବୟାନ ଆଧାରରେ ସହଯୋଗୀ ଝୁନା ଭୋଇ, କୃଷ୍ଣଚନ୍ଦ୍ର ନାୟକ, ନିରଞ୍ଜନ ସେଠୀ, ଭାଗ୍ୟଧର ନାୟକ, ରଂଜନ କୁମାର ନାୟକଙ୍କୁ ଗିରଫ କରାଯାଇଥିଲା । ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ଚାନ୍ଦବାଲି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ କରିବା ପରେ ଚଳିତ ମାସ ୮ ତାରିଖ ଏହା ଜିଲ୍ଲାଜଜ୍‌ କୋର୍ଟକୁ ସ୍ଥାନାନ୍ତର ହୋଇ ଏସଟି ନଂ ୪୭୮୯/୨୨ ମୂଳେ ଚାର୍ଜଫ୍ରେମ କରିବାକୁ ଆଜିର ତାରିଖକୁ ଧାର୍ୟ୍ୟ ହୋଇଥିଲା । ଇତି ମଧ୍ୟରେ ଅନ୍ୟତମ ଅଭିଯୁକ୍ତ ପରମେଶ୍ୱର ରାଉତଙ୍କୁ ଉଚ୍ଚ ନ୍ୟାୟାଳୟ ଜାମିନ ଦେଇ ସାରିଥିବାରୁ, ମାନସ ହତ୍ୟା ମାମଲାରେ ତାଙ୍କର କୌଣସି ସଂପୃକ୍ତି ନଥିବା ଦର୍ଶାଇ ଓ ପୁଲିସ ଆଗରେ ମାନିଥିବା ଦୋଷ ଆଇନ ଅନୁଯାୟୀ ଗ୍ରହଣ ଯୋଗ୍ୟ ହୋଇନଥିବାରୁ ତାଙ୍କୁ ମଧ୍ୟ ଜାମିନ ପ୍ରଦାନ କରିବାକୁ ଝୁନା ଭୋଇ କୋର୍ଟରେ ପ୍ରାର୍ଥନା କରିଥିଲେ । ମାନସର ମୋବାଇଲ, ଚିପ୍ସ ଓ କ୍ୟାମେରା ଝୁନା ନିକଟରୁ ମିଳିଛି ଓ ସେ ଏହି ଘଟଣାରେ ପ୍ରତ୍ୟେକ୍ଷ ଭାବେ ସଂପୃକ୍ତ ଅଛନ୍ତି ବୋଲି ପବ୍ଲିକ ପ୍ରସିକ୍ୟୁଟର କୋର୍ଟରେ ଯୁକ୍ତି କରିବା ପରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଥିଲା । ଏହାପରେ ଝୁନା ଭୋଇ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି । ଚାର୍ଜଫ୍ରେମ ହୋଇ ସାରିଥିବାରୁ ଆସନ୍ତା ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ସାକ୍ଷୀ ତାଲିକା ମୁତାବକ ସାକ୍ଷୀମାନେ କୋର୍ଟରେ ସେମାନଙ୍କ ବୟାନ ଦେବେ ବୋଲି ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!