Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଇକ ପୋଡି ମହିଳାଙ୍କୁ ପଥର ବାନ୍ଧି କୁଆଁରେ ପକାଇଥିଲେ କିଛି ଦୁର୍ବୃତ୍ତ

by ସଞ୍ଜୟ ସ୍ୱାଇଁ
October 11, 2022
in Crime, State
ବାଇକ ପୋଡି  ମହିଳାଙ୍କୁ ପଥର ବାନ୍ଧି କୁଆଁରେ ପକାଇଥିଲେ କିଛି ଦୁର୍ବୃତ୍ତ
29
VIEWS
Share on FacebookShare on Twitter

ଭବାନୀପାଟଣା/କୋକସରା, (ବାଘୁଆବାର୍ତ୍ତା): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଛିନିକାଗୁଡା ପଞ୍ଚାୟତ ଧାମନଗୁଡା ପଳସାପଡା ଗାଁରେ ଗତ ସୋମବାର ବିଳମ୍ବିତ ରାତିରେ ଗାଁର ଚିତ୍ର ମାଝୀଙ୍କ ଘରେ ଦୁର୍ବୁର୍ତ୍ତ ମାନେ ଉନ୍ମୁକ୍ତ କାଣ୍ଡ ଭିଆଇଛନ୍ତି। ଗାଁର ଚିତ୍ର ମାଝୀଙ୍କ ଘର ବାରଣ୍ଡାରେ ଥିବା ଏକ ବାଇକ, ୨ଟି ସାଇକେଲ ଓ ତିନି ଚକିଆ ସାଇକେଲକୁ ନିଆଁ ଲଗାଇ ଦେବା ପରେ ଫେରାର ହୋଇ ଯାଇଥିଲେ। ତେବେ ନିଆଁ ଲାଗିଥିବା ଚିତ୍ର ମାଝୀ ଜାଣିପାରି ଘର ଲୋକଙ୍କୁ ଉଠାଇଥିଲେ। ପରେ ପାଖରେ ଥିବା କୁଆଁରୁ ନିଆଁ ଲିଭାଇବାକୁ ପାଣି ଆଣିବାକୁ ଯାଇ ଦେଖିବା ବେଳକୁ ଜଣେ ମହିଳାଙ୍କ ଅଣ୍ଟାରେ ପଥର ବାନ୍ଧି କୁଆଁରେ ପକାଇ ଦେଇଥିବା ଦେଖିବାକୁ ପାଇଥିଲେ । ତେବେ ଭାଗ୍ୟବଶତଃ ମହିଳା କୁଆଁରେ ଲାଗିଥିବା ପାଇପକୁ ଧରି ଗୁରୁତର ଅବସ୍ଥାରେ ରହିଥିବାବେଳେ ତାଙ୍କୁ ଲୋକମାନେ ଉଦ୍ଧାର କରି ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ମହିଳା ଜଣକ ଚିତ୍ର ମାଝୀଙ୍କ ପଡୋଶୀ ଗୋବିନ୍ଦ ମାଝୀଙ୍କ ସ୍ତ୍ରୀ ଗୋମତି ମାଝୀ ବୋଲି ଜଣାପଡିଛି। ସମ୍ଭବତଃ ମହିଳା ଜଣକ ଦୁର୍ବୁର୍ତ୍ତ ମାନଙ୍କୁ ଦେଖି ଦେଇଥିବା ବେଳେ ଦୁର୍ବୁର୍ତ୍ତମାନେ ତାଙ୍କୁ ପଥର ବାନ୍ଧି କୁଆଁରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ତେବେ ଘଟଣା ସମ୍ପର୍କରେ ଦୁର୍ବୁର୍ତ୍ତଙ୍କ ପତ୍ତା ମିଳିନାହିଁ। କିଏ କାହିଁକି ଏହିଭଳି କାଣ୍ଡ ଭିଆଇଲା ସେ ନେଇ ପରିବାର ମଧ୍ୟ କୌଣସି ସ୍ପଷ୍ଟ ସୁଚନା ଦେଉନାହାନ୍ତି। ଏନେଇ ପୀଡିତ ପରିବାର ଜୟପାଟଣା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ଘଟଣାକୁ ନେଇ ଜୟପାଟଣା ପୁଲିସ ତଦନ୍ତ ଆରମ୍ଭ କରିଥିବା ନେଇ ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ସୁଚନା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!