ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ପୋଲିସ ବାବୁଙ୍କ ନାମରେ ଫେକ ଆକାଉଣ୍ଟ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନାମରେ ଫେସବୁକରେ ତାଙ୍କ ଫୋଟ ସହ ନାମ ଦେଇ ଫେକ ଆକାଉଣ୍ଟ ଖୋଲିଛି ସାଇବର ଠକ । କେବଳ ସେତିକି ନୁହେଁ, ମୋବାଇଲ୍ ନମ୍ବରରେ ମଧ୍ୟ ପୋଲିସ ପୋଷାକ ପିନ୍ଧା ସବ୍ୟସାଚୀ ମଲ୍ଲଙ୍କ ଫୋଟ ରଖି ହ୍ୱାଟ୍ସଆପ୍ ଆକାଉଣ୍ଟ କରି ଲୋକଙ୍କୁ ମାଗୁଛି ଟଙ୍କା । ଲୋକଙ୍କୁ କେଉଁ ଭଳି ବିଶ୍ୱାସ ହେବ ସେନେଇ ସମ୍ପୂର୍ଣ୍ଣ ପ୍ଲାନ କରିଛି । ନିଜ ସାଙ୍ଗ CRPF ରେ ଚାକିରୀ କରୁଛନ୍ତି । ତାଙ୍କରି ବଦଳି ହୋଇଯାଇଛି । ସେ ଏହି ସବୁ ସାମଗ୍ରୀ ବିକ୍ରି କରିବାକୁ ଚାହୁଁଛନ୍ତି । ଏଭଳି ଶସ୍ତାରେ ଭଲ ସାମଗ୍ରୀ ହାତଛଡା କରନ୍ତୁ ନାହିଁ ବୋଲି ମଧ୍ୟ କହୁଛି ସାଇବର ଠକ । ଫେସବୁକ ଏବଂ ହ୍ୱାଟ୍ସଆପ୍ରେ ପଠାଇଥିବା ସାମଗ୍ରୀର ଫଟୋ ମଧ୍ୟରେ ରହିଛି ସୋଫା, ଫ୍ରିଜ, LED tv ସହ ଡାଇନିଂ ସେଟ, ଖଟ, Washing machin । ଶସ୍ତା ଦାମ୍ ଲଗାଇ ଲୋକଙ୍କୁ ଭୁଆଁ ବୁଲେଇବାକୁ ଚେଷ୍ଟା କରୁଥିବା ବେଳେ ଆଜି ଏହି ଫୋଟ ଦେଖି ଥାନା ଅଧିକାରୀଙ୍କୁ ପଚାରିବାରୁ ସେ ଫେକ ଆକାଉଣ୍ଟ ବୋଲି ସୂଚନା ଦେଇଛନ୍ତି । ସୂଚନା ଥାଉ କି ସାଇବର ଠକ ସହରରେ ରହି ଗ୍ରାମାଞ୍ଚଳର ଲୋକଙ୍କୁ ଟାର୍ଗେଟ କରି ଟଙ୍କା ଲୁଟୁଥିବା ବେଳେ ଅଂଚଳର ଜଣେ ଥାନା ଅଧିକାରୀଙ୍କ ନାମରେ ଏଭଳି ଫେକ୍ ଆକାଉଣ୍ଟ କରି ନୂଆ ତରିକାରେ ଟଙ୍କା ଲୁଟିବାକୁ ଚେଷ୍ଟା କରୁଛି । ଲୋକେ ଏହି ଠକ।ମିର ଶିକାର ନ ହେବାକୁ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।





