Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଇକ ଥୋଇ ଦୋକାନ ଖୋଲୁଥିବାବେଳେ ବାଇକ ଡିକିରୁ ଟଙ୍କା ନେଇଗଲେ ଲୁଟେରା

by ସଞ୍ଜୟ ସ୍ୱାଇଁ
October 11, 2022
in Crime, State
ବାଇକ ଥୋଇ ଦୋକାନ ଖୋଲୁଥିବାବେଳେ ବାଇକ ଡିକିରୁ ଟଙ୍କା ନେଇଗଲେ ଲୁଟେରା
14
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ବାଇକ୍ ଥୋଇ ନିଜର ଏୟାର କଣ୍ଡିସନର ମରାମତି ଦୋକାନ ତାଲା ଖୋଲୁଥିଲେ। ତାଲା ଖୋଲିସାରି ବୁଲି ଦେଖନ୍ତି ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ଡିକି ଭାଙ୍ଗି ସେଥିରେ ଥିବା ୧୧ ଲକ୍ଷ ଟଙ୍କା ଧରି ଛୁ ହୋଇଗଲେ। ଦୁର୍ବୃତ୍ତମାନେ ଆସିଥିବା ବାଇକ୍‌ରେ ଦୃତଗତିରେ ଘଟଣାସ୍ଥଳରୁ ପଳାଇ ଯାଇଥିବା ବେଳେ ସେମାନଙ୍କୁ ଧରିବାରେ ଦୋକାନୀ ଜଣକ ଫେଲ୍ ମାରିଥିଲେ। ଆଜି ସମ୍ବଲପୁର ସହରର ମୁଦିପଡ଼ା ଅଞ୍ଚଳରେ ଜଣେ ବ୍ୟବସାୟୀ ଏଭଳି ଲୁଟ୍‌ର ଶିକାର ହୋଇଛନ୍ତି। ପରେ ସେ ନେଇ ସମ୍ବଲପୁର ଟାଉନ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗକାରୀଙ୍କ କହିବା ମୁତାବକ, ଆଜି ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ସେ ମୁଦିପଡ଼ା ଛକ ସ୍ଥିତ ନିଜର ଏୟାର କଣ୍ଡିସନର ମରାମତି ଦୋକାନକୁ ବାଇକ୍‌ରେ ଆସିଥିଲେ। ଦୋକାନ ଆଗରେ ବାଇକ୍ ରଖିଥିଲେ। ପରେ ଦୋକାନ ତାଲା ଖୋଲୁଥିଲେ, ଏହି ସମୟରେ ତାଙ୍କ ବାଇକ ଡିକିରେ ଥିବା ଟଙ୍କା ଲୁଟ ହୋଇଯାଇଥିଲା। ୨ ଜଣ ଅଜ୍ଞାତ ଲୋକ ଏକ ମୋଟର ସାଇକେଲରେ ଆସି ଡିକିରୁ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ସେ ଆଜି ୨ ଟି ବ୍ୟାଙ୍କରୁ ଟଙ୍କା ଉଠାଣ କରିଥିଲେ। ତାଙ୍କ ପାଖରେ ବି କିଛି ନଗଦ ଟଙ୍କା ବି ଥିଲା। ଯାହାକୁ ସେ ବାଇକ୍‌ ଡିକିରେ ରଖିଥିଲେ। ସମ୍ଭବତଃ ଲୁଟେରାମାନେ ତାଙ୍କୁ ବ୍ୟାଙ୍କ ପାଖରୁ ପିଛା କରିଥିଲେ ବୋଲି ଦୋକାନୀ କହିଛନ୍ତି। ସେପଟେ ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!