କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): ନାବାଳିକାକୁ ଅପହରଣ କଲା ନାବାଳକ। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ହଳନଭଟା ଗାଁରେ ଏଭଳି ଘଟଣା ଘଟିଛି। ଅଭିଯୁକ୍ତ ନାବାଳକଙ୍କୁ ପୋଲିସ ଗିରଫ କରି ବାଳ ସୁଧାର ଗୃହକୁ ପଠାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୭ ତାରିଖ ଦିନ ହଳନଭଟା ଗାଁର ନାବାଳିକାଙ୍କୁ ଜଣେ ନାବାଳକ ଅପହରଣ କରିଥିବା ନେଇ ତୁରେକେଲା ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରଥିଲେ। ଅଭିଯୋଗକୁ ଭିତ୍ତିକରି ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ। ଏହି ମାମଲାରେ ଗୁରଜୀଭଟା ଗାଁର ଜଣେ ନାବାଳକଙ୍କ ସମ୍ପୃକ୍ତି ଥିବା ଜାଣିବା ପରେ ସବଇନ୍ସପେକ୍ଟର ଦୀପକ ଦୁଙ୍ଗ ୮ ତାରିଖ ଦିନ ସକାଳେ ଅପହରଣ ହୋଇଥିବା ନାବାଳିକାଙ୍କୁ ଛତିଶଗଡ ବାଗବେହେରା ଥାନା ଫୁଲବାରିପାରାରୁ ଉଦ୍ଧାର କରିଥିଲେ। ନାବାଳିକାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପୀଡିତାଙ୍କୁ ମାନ୍ୟବର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କଣ୍ଟାବାଞ୍ଜିରେ ହଜାର କରାଇ ତାର ଜମାନବନ୍ଦୀ କରାଯାଇଥିଲା। ତାଙ୍କ ବୟାନ ଆଧାରରେ ଅପହରଣ କରିଥିବା ନାବାଳକଙ୍କୁ ଅଟକ ରଖି ପିଏମଜେଜେବି ବଲାଙ୍ଗୀର କୋର୍ଟରେ ହଜାର କରାଯାଇଥିଲା। ନାବାଳକ ଅଭିଯୁକ୍ତକୁ କୋର୍ଟ ରାଉରକେଲା ସ୍ଥିତ ବାଳ ସୁଧାର ଗୃହକୁ ପଠାଇଛନ୍ତି।





