Wednesday, September 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନମ୍ବରବିହୀନ କାର୍‌, ବନ୍ଧୁକ ଓ ଗୁଳି ଜବତ, ଜଣେ ଗିରଫ

by ସଞ୍ଜୟ ସ୍ୱାଇଁ
July 2, 2021
in Crime, State
ନମ୍ବରବିହୀନ କାର୍‌, ବନ୍ଧୁକ ଓ ଗୁଳି ଜବତ, ଜଣେ ଗିରଫ
237
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ନମ୍ବରବିହୀନ କାର୍‌ରେ ବୁଲୁଥିଲା । କାର୍‌ର କାଗଜପତ୍ର ବି ଠିକ୍‌ ନଥିଲା । ସାଙ୍ଗରେ ଏକାଧିକ ମୋବାଇଲ୍‌ ସହ ବନ୍ଧୁକ, ଗୁଳି ବି ରଖୁଥିଲା । ସମ୍ବଲପୁରରୁ ପୁରୀକୁ ନିୟମିତ ଭାବେ ଯାତାୟାତ କରୁଥିବାବେଳେ ଧରିଲା ପୁଲିସ । ଏକ ମାମଲା ରୁଜୁ କରି ବଳିଆପଣ୍ଡା ଥାନା ପୁଲିସ ପୁରୀକୁ ଆସିଥିବା ଏହି ଯୁବକକୁ ଗିରଫ କରିଛି । ହେଲେ ସେ କେଉଁ କାରବାରରେ ଲିପ୍ତ ଥିଲା ତାହା ଏବେ ରହସ୍ୟରେ ରହି ଯାଇଛି । ଗିରଫ ଯୁବକ ଜଣକ ସମ୍ବଲପୁର ଜିଲ୍ଲା ଅଇଁଠାପାଲିରେ ରହୁଥିବା ସୁନ୍ଦରଗଡ ଟାଉନ୍‌ ଥାନା ଅଧୀନ ମିଶନ୍‌ ଛକର ଚନ୍ଦନ ଯୋଶୀ (୪୨) ବୋଲି ଜଣାପଡିଛି । ମାମଲାରେ ପୁଲିସ ନମ୍ବର ବିହୀନ କାର୍‌, ଅବଧି ସରିଯାଇଥିବା ଇନ୍‌ସ୍ୟୁରାନ୍ସ ପେପର, ଦେଶୀ ବନ୍ଧୁକ, ୪ଟି ଗୁଳି ଭର୍ତ୍ତି ମ୍ୟାଗଜିନ୍‌, ୪ଟି ମୋବାଇଲ୍‌ ଫୋନ୍‌, ୨ଟି ନମ୍ବର ପ୍ଲେଟ୍‌ (ଓଡି-୧୬ଏ-୦୦୦୧), ଏକ ଆଧାର କାର୍ଡ ଓ କାର୍‌ର ମାନୁଆଲ୍‌ ବୁକ୍‌ ଜବତ କରିଛି । ପୁଲିସ କହିଛି ଯେ, ଗତ ୨୦୨୦ ମସିହା ଜୁଲାଇ ୧୮ ତାରିଖ ରାତି ୯ଟାରେ କ୍ରିଷ୍ଣା ସି ସାଇଟ୍‌ ପାର୍କିଂ ସ୍ଥଳ ୧୦ ନମ୍ବର ବ୍ଲକ୍‌ରେ ଏହି ନମ୍ବର ବିହୀନ ଧଳା କାର୍‌ ଥିବା ଖବର ମିଳିଥିଲା । ପୁଲିସ ସେଠାରେ ପହଞ୍ଚି କାର୍‌ ଯାଞ୍ଚ କରିବାବେଳେ ସେଥିରୁ ବନ୍ଧୁକ, ଗୁଳି ସହ ମାନୁଆଲ୍‌ ବୁକ୍‌ ଓ ଇନ୍‌ସ୍ୟୁରାନ୍ସ ପେପର ମିଳିଥିଲା । ଏଥିରେ ୨୦୧୭ ମସିହା ମାର୍ଚ୍ଚ ୨୪ରୁ ୨୦୧୮ ମାର୍ଚ୍ଚ ୨୩ ଯାଏଁ ବୀମା ଅବଧି ଥିବା ଜଣାପଡିଥିଲା । ଏଥିରୁ କାର୍‌ ମାଲିକ ଚନ୍ଦନ ବୋଲି ଜଣାପଡିଥିଲା । ହେଲେ ସେହି ସମୟରେ ଚନ୍ଦନ ଚତୁରତାର ସହ ଖସି ଯାଇଥିଲା । କାର୍‌ ସହ ଏହି ସମସ୍ତ ଜିନିଷ ଥାନାକୁ ଆଣିଥିଲା ପୁଲିସ । ଏନେଇ ଆର୍ମସ୍‌ ଆକ୍ଟ ୨୫ (୧) (ଏ)ରେ ମାମଲା (୭୩/୨୦) ରୁଜୁ କରିଥିଲା । ମାମଲାର ତଦନ୍ତ ଚାଲିଥିବାବେଳେ ଚନ୍ଦନ କିନ୍ତୁ ବାରମ୍ବାର ପୁରୀ ଆସୁଥିଲା । ଏହି ଖବର ପାଇଥିଲା ବଳିଆପଣ୍ଡା ଥାନା ପୁଲିସ । ବୁଧବାର ରାତିରେ ଚନ୍ଦନ ପୁରୀ ସିଟି ରୋଡ ସ୍ଥିତ ଏକ ହୋଟେଲ୍‌ରେ ଥିବା ଖବର ପାଇଥିଲେ ଆଇଆଇସି କୁଳମଣି ସେଠୀ । ଚଢ଼ଉ କରି ତାକୁ ଗିରଫ କରିଥିଲେ । ତା’ ପାଖରୁ ଏହି ୪ଟି ମୋବାଇଲ୍‌ ମିଳିଥିଲା । ସେ ପୁଲିସକୁ କହିଛି ଯେ ସେ କୁଆଡେ ମେଡିସିନ୍‌ ବ୍ୟବସାୟ କରୁଛି । ହେଲେ ଏହାକୁ ବିଶ୍ୱାସ କରିନି ପୁଲିସ । ଇନ୍‌ସ୍ୟୁରାନ୍ସ ନଥିବା ନମ୍ବରବିହୀନ କାର୍‌ରେ ବୁଲିବା, ବନ୍ଧୁକ ଓ ଗୁଳି ରଖିବା, ଏକାଧିକ ମୋବାଇଲ୍‌ ବ୍ୟବହାର କରିବା ଏବଂ ପୁରୀକୁ ନିୟମିତ ଆସିବା ଘଟଣା ପଛରେ କିଛି ନା କିଛି ଅପରାଧିକ କାର୍ୟ୍ୟକଳାପରେ ଚନ୍ଦନ ଲିପ୍ତ ଥିବା ପୁଲିସ ସନ୍ଦେହ କରିଛି । ହେଲେ କୌଣସି ଟେର୍‌ ପାଇ ନଥିବା କହିଛନ୍ତି ଆଇଆଇସି ଶ୍ରୀ ସେଠୀ । ଗିରଫ ପରେ ତାକୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ପଠାଇ ଦିଆଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!