ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରୁ ଦୁର୍ଦ୍ଦାନ୍ତ ଅପରାଧୀ ରାକା ଗିରଫ । ବନ୍ଧୁକ ମୁନରେ କରୁଥିଲା ଲୁଟ୍ କରୁଥିଲା ରାକା । ଏୟାରଫିଲଡ଼ ଥାନା ପୋଲିସ ବନ୍ଧୁକ ସହ ଅଭିଯୁକ୍ତ ରାକା ବେହେରା ଗିରଫ କରିଛି । ଅଭିଯୁକ୍ତ ନାମରେ ରାଜଧାନୀରେ ୨୬ଟି ମାମଲା ରହିଥିବା ଜଣାପଡ଼ିିଛି । ଗତ କିଛି ମାସ ତଳେ ଘର ସାମ୍ନାରେ ନିଜ ଭାଇକୁ ଖଣ୍ଡାରେ ଆକ୍ରମଣ କରିଥିଲା ରାକା । ତେବେ ରାକାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା ।





