Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୫ ହଜାର ଟଙ୍କା ଧାର ନେଇ ନ ଫେରାଇବାରୁ ପୂର୍ବତନ ୱାର୍ଡମେମ୍ବରଙ୍କୁ ହତ୍ୟା

by ସଞ୍ଜୟ ସ୍ୱାଇଁ
October 7, 2022
in Crime, State
୧୫ ହଜାର ଟଙ୍କା ଧାର ନେଇ ନ ଫେରାଇବାରୁ ପୂର୍ବତନ ୱାର୍ଡମେମ୍ବରଙ୍କୁ ହତ୍ୟା
46
VIEWS
Share on FacebookShare on Twitter

ଫୁଲବାଣୀ, (ବାଘୁଆବାର୍ତ୍ତା): ଧାର ନେଇଥିବା ୧୫ ହଜାର ଟଙ୍କା ନ ଫେରାଇବାରୁ ପୂର୍ବତନ ୱାର୍ଡମେମ୍ବରଙ୍କୁ ହତ୍ୟା। ପୁଲିସ ହତ୍ୟାକାରୀକୁ ଧରିବା ପରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି। ହତ୍ୟାର ଶିକାର ପୂର୍ବତନ ୱାର୍ଡମେମ୍ବର ଜଣକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କାଶିନୀପଦର ଗ୍ରାମର ରାଇମତି କହଁର। ଅଭିଯୁକ୍ତ ଜଣକ ସ୍ଥାନୀୟ ମାଝୀପଡ଼ା ଗ୍ରାମର ବିପିନ ଦିଗାଲ। ପୁଲିସ ସୂଚନା ମୁତାବକ, ରାଇମତି ନିଖୋଜ ହେବା ନେଇ ତାଙ୍କ ଘର ଲୋକ ଗତମାସ ୧୯ ତାରିଖରେ ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଗତମାସ ୨୪ ତାରିଖରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମାଝୀପଡ଼ା ଘାଟି ତଳୁ ଉଦ୍ଧାର କରିଥିଲେ। ତେବେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ଜାଣିବା ପରେ ଏହା ପଛର କାରଣ ଓ ହତ୍ୟାକାରୀକୁ ଖୋଜିଥିଲା। ମିଳିଥିବା ସୁରାକ୍ ଆଧାରରେ ଶେଷରେ ହତ୍ୟାକାଣ୍ଡ ଭିଆଇ ଥିବା ଅଭିଯୁକ୍ତ ବିପିନ ଦିଗାଲକୁ ପୁଲିସ ଗିରଫ କରିଛି। ତାଙ୍କ ଠାରୁ ରାଇମତିଙ୍କ ସୁନା, ଗହଣା ମଧ୍ୟ ଜବତ କରାଯାଇଛି। ଉଧାର ନେଇଥିବା ଟଙ୍କାକୁ ରାଇମତି ନ ଫେରାଇବାକୁ ନେଇ ବିପିନଙ୍କ ରାଗ ମୁଣ୍ଡକୁ ଚଢ଼ି ଯାଇଥିଲା। ଶେଷରେ ସେ କୌଶଳ କ୍ରମେ ରାଇମତିଙ୍କୁ ହତ୍ୟା କରିବା ନିମନ୍ତେ ମାଝୀପଡ଼ା ଘାଟିକୁ ଡାକି ନେଇଥିଲେ। ସେଠାରେ ଏକ କାଠ ଫାଳିଆରେ ବାଡ଼େଇ ହତ୍ୟା କରିବା ପରେ ରାଇମତି ପିନ୍ଧିଥିବା ସୁନା ଗହଣାକୁ ଅଭିଯୁକ୍ତ ନେଇ ପଳାଇଥିଲେ ବୋଲି ଫିରିଙ୍ଗିଆ ଥାନା ଆଇଆଇସି ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!