Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମ ବିବାହକୁ ନେଇ ମିଛ ନାଟକ, ସତରେ ହେଲା ପରିଣତ, ଚାଲିଗଲା ପ୍ରେମିକାର ଜୀବନ

by ସଞ୍ଜୟ ସ୍ୱାଇଁ
October 7, 2022
in Crime, State
ପ୍ରେମ ବିବାହକୁ ନେଇ ମିଛ ନାଟକ, ସତରେ ହେଲା ପରିଣତ, ଚାଲିଗଲା ପ୍ରେମିକାର ଜୀବନ
88
VIEWS
Share on FacebookShare on Twitter

ନୀଳଗିରି, (ବାଘୁଆବାର୍ତ୍ତା): ସତ ହୋଇଗଲା ବିଷ ପିଆ ନାଟକ। ପ୍ରେମିକକୁ ବିବାହ କରିବାକୁ ବାପା-ମାଆଙ୍କ ଆଗରେ ମିଛି ମିଛିକା ବିଷ ପିଆ ଅଭିନୟ କରିବା ପଡ଼ିଲା ମହଙ୍ଗା। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ନାବାଳିକା। ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ଥାନା ଅଧିନ ଫତେପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ଜଣଙ୍କ ନାବାଳିକାଙ୍କୁ ଏଭଳି ବିଷ ପିଆ ନାଟକ କରିବାକୁ ଉସୁକାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରି ମୃତକଙ୍କ ପରିବାର ଲୋକ ଥାନା ଆଗରେ ଧାରଣା ଦେଇଛନ୍ତି। ଫତେପୁର ଗ୍ରାମର ପ୍ରହଲ୍ଲାଦ ସିଅଙ୍କ ଝିଅ ଯୁକ୍ତ ଦୁଇ ଶ୍ରେଣୀରେ ପଢୁଥିଲେ। ସେହି ଅଞ୍ଚଳର ଆକାଶ କୁମାରଙ୍କ ସହ ନାବାଳିକାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ହେଲେ ନାବାଳିକାଙ୍କ ପରିବାର ଲୋକ ଏହାକୁ ବିରୋଧ କରୁଥିଲେ। ଫଳରେ ବାପା-ମାଆଙ୍କୁ ରାଜି କରିବାକୁ ମିଛି ମିଛିକା ଘାସ ମରା ବିଷ ପିଇବାକୁ ଆକାଶ ନାବାଳିକାଙ୍କୁ ଉସୁକାଇଥିଲେ। ନାବାଳିକା ମଧ୍ୟ ଏଭଳି କରିଥିଲେ। ହେଲେ ପରିବାର ଲୋକେ ଏହାକୁ ହାଲୁକା ଭାବେ ନେଇଥିଲେ ଏବଂ ନାବାଳିକାଙ୍କୁ ଅଟକାଇ ନଥିଲେ। ଏହାପରେ ନାବାଳିକା ଜଣଙ୍କ ଗତ ୨ ତାରିଖରେ ବିଷ ପିଇଦେଇଥିଲେ। ଫଳରେ ତାଙ୍କୁ ପ୍ରଥମେ ଖଇରା ପରେ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ନାବାଳିକାଙ୍କ ସ୍ଵାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ନାବାଳିକାଙ୍କ ମୃତ୍ୟୁ ହୋଇଛି। ତେବେ ନାବାଳିକାଙ୍କ ମୃତ୍ୟୁ ପାଇଁ ଆକାଶ ଏବଂ ତାଙ୍କ ପରିବାର ଲୋକେ ଦାୟୀ ବୋଲି ମୃତକଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଘଟଣାକୁ ନେଇ ପୋଲିସ ୩୦୬ ଏବଂ ୩୪ ଧାରାରେ ମାମଲା ରୁଜୁ କରିଥିବା ବେଳେ ଏପର୍ୟ୍ୟନ୍ତ କେହି ଗିରଫ ହୋଇନାହାଁନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଉଭୟ ଗ୍ରାମବାସୀ ଓ ମୃତକଙ୍କ ପରିବାର ଲୋକ ଥାନା ଆଗରେ ଧାରଣା ଦେଇଛନ୍ତି। ସ୍ଥାନୀୟ ବିଧାୟକ ସୁକାନ୍ତ କୁମାର ନାୟକ ମଧ୍ୟ ଧାରଣାରେ ସାମିଲ ହୋଇଛନ୍ତି। ଯେପର୍ୟ୍ୟନ୍ତ ଅଭିଯୁକ୍ତକୁ ଗିରଫ କରାନଯାଇଛି ସେପର୍ୟ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଚେତାବନୀ ଦିଆଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!