ରାଇରଙ୍ଗପୁର, (ବାଘୁଆବାର୍ତ୍ତା): ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ରେ ୫ ବର୍ଷ ତଳେ ଘଟିଥିବା ଏକ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥିବା ନଅଜଣ ଦୋଷମୁକ୍ତ ହୋଇଛନ୍ତି । ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ ୧୭ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଅଭାବରୁ ନିର୍ଦୋଷରେ ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି । ସୂଚନାଥାଉ କି, ୨୦୧୬ ମସିହା ଅକ୍ଟୋବର ୧୨ ରାତିରେ ବାଦାମପାହାଡ଼ରେ ହୋଉଥିବା ଦୁର୍ଗାପୂଜା ଯାତ୍ରାରୁ ଜଣେ ବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଦୁଷ୍କର୍ମ ଅଭିଯୋଗରେ ସ୍ଥାନୀୟ ଅଞ୍ଚଳର ଆଠ ଜଣ ଓ ଜାମଦା ଅଂଚଳର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିଲା । ତେବେ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତଙ୍କୁ ମାନ୍ୟବର ଅଦାଲତ ନିର୍ଦୋଷରେ ଖଲାସ କରିଥିଲେ । ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଓକିଲ ରାମ ଚନ୍ଦ୍ର ସାହୁ ଓ ଇନ୍ଦ୍ରଜିତ ସେନଗୁପ୍ତା ମକଦ୍ଦମା ପରିଚାଳନା କରିଥିଲେ ।






