Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଳମ୍ବିତ ରାତିରେ ସୋରୁମ୍‌ କବାଟ ଭାଙ୍ଗି ଲପ୍‌ଟପ୍‌ ସହ ନେଇଗଲେ ୨ ଲକ୍ଷ କ୍ୟାସ୍‌

by ସଞ୍ଜୟ ସ୍ୱାଇଁ
October 5, 2022
in Crime, State
ବିଳମ୍ବିତ ରାତିରେ ସୋରୁମ୍‌ କବାଟ ଭାଙ୍ଗି ଲପ୍‌ଟପ୍‌ ସହ ନେଇଗଲେ ୨ ଲକ୍ଷ କ୍ୟାସ୍‌
60
VIEWS
Share on FacebookShare on Twitter

ଆନନ୍ଦପୁର, (ବାଘୁଆବାର୍ତ୍ତା): ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ମୁଖାପିନ୍ଧି ଚୋରି । ଘସିପୁରା ଥାନା ଅଧିନ ବୈତରଣୀ ବ୍ରିଜ୍ ରାସ୍ତାରେ ଥିବା ହିରୋ ସୋରୁମ୍‌ରୁ ବିଳମ୍ବିତ ରାତିରେ ଚୋରି ହୋଇଛି । ଉପର ମହଲା କବାଟ ଭାଙ୍ଗି ବାଇକ୍ ଡିସ୍ପ୍ଲେ ହଲରେ ଥିବା ଏକ ଲ୍ୟାପଟପ ସହ ଅଫିସର କ୍ୟାସବାକ୍ସରୁ ପ୍ରାୟ ୨ ଲକ୍ଷ ଟଙ୍କା ନେଇଯାଇଛନ୍ତି ଚୋର । ଚୋରି ସମୟର ସମ୍ପୂର୍ଣ୍ଣ ଘଟଣା ବିଲ୍ଡିଂରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି । ଦୁଇଜଣ ମୁଖାପିନ୍ଧା ଚୋର ସୋରୁମ୍ ଭିତରେ ପଶି ଚୋରି କରୁଥିବା ସିସିଟିଭି ଫୁଟେଜରୁ ଜଣାପଡୁଛି। ଘଟଣା ସମ୍ପର୍କରେ ରିପୋର୍ଟ ଦେବାପରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆନନ୍ଦପୁର ଅଞ୍ଚଳରେ ଗତ ତିନିମାସ ମଧ୍ୟରେ ଏଭଳି ଅନେକ ଚୋରି ଘଟଣା ସାମ୍ନାକୁ ଆସିଥିବାବେଳେ ଦୁଇମାସ ତଳେ ବାରିଗାଁ ଠାରେ ରାତିଅଧରେ ଘରେ ପଶି ଗୋଟିଏ ପରିବାରକୁ ମାରଣାସ୍ତ୍ରରେ ଆକ୍ରମଣ କରି ଟଙ୍କା ଓ ସୁନା ରୁପା ଲୁଟ୍ ହୋଇଥିଲା । ଏହାର କିଛିଦିନ ପରେ ସିଆପଡା ଛକଠାରେ ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଡକାୟତି ଭଳି ବଡବଡ ଘଟଣାମାନ ରହିଛି । ତେବେ ଏସବୁ ଘଟଣାରେ ପୋଲିସ ଲୁଟେରାଙ୍କୁ ଧରିବାରେ ବିଫଳ ହୋଇଛି । ଯାହାକୁ ନେଇ ଆନନ୍ଦପୁରବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!