ଝାରସୁଗୁଡା, (ବାଘୁଆବାର୍ତ୍ତା): କଳାହାଣ୍ଡିରୁ ରାଜସ୍ଥାନ ଭାୟା ଝାରସୁଗୁଡା ଦେଇ ଚାଲାଣ ହେଉଛି ଗଞ୍ଜେଇ ଜ୍ଝ ଧରାପଡିଲା ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ କାରବାରର ଗୁମର ଜ୍ଝ କଳାହାଣ୍ଡି ଜିଲ୍ଲା ଜୁନାଗଡରୁ ଏକ ହୋଣ୍ଡାସିଟି କାରରେ ଗଞ୍ଜେଇ ରାଜସ୍ଥାନର କୋଟା ଚାଲାଣ ହେଉଥିବା ବେଳେ ସୁଚନାପାଇ ଝାରସୁଗୁଡା ପୋଲିସ ରାସ୍ତରେ ମାଡିବସିଲା ଜ୍ଝ କାରରୁ ୭୪ କେଜି ଗଞ୍ଜେଇ ଜବତ ହେବା ସହ ୨ ଜଣଙ୍କୁ ଗିରଫ କରିଛି। ଏକ ହୋଣ୍ଡାସିଟି କାରରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଏକ ସ୍ବତନ୍ତ୍ର ଚାମ୍ବର କରାଯାଇଥିଲା ଜ୍ଝସେହି ଚାମ୍ବରଟି ଗାଡିର ସିଟ୍ ତଳେ ରହିଥିଲା ଜ୍ଝପୋଲିସ ଗାଡିଟିକୁ ଅଟକାଇବା ସମୟରେ ତନଖି କରିବା ପରେ ଏହା ଭିତରେର ୭୪ କେଜି ଗଞ୍ଜେଇ ଥିବା ଜଣାପଡିଥିଲା ଜ୍ଝପୋଲିସ ଗଞ୍ଜେଇ ସହ ହୋଣ୍ଡାସିଟି କାର ଓ ଦୁଇ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଜି ଝାରସୁଗୁଡା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୁଚନା ଦେଇଛନ୍ତି ଜ୍ଝ ଗିରଫ ଦୁଇ ଜଣ ହେଲେ ଜୁନାଗଡ ଅଞ୍ଚଳର ଚ୍ହିରଞ୍ଜିବୀ ନାଏକ ଓ ପୁରନ୍ଦର ମାଝୀ। ପୁର୍ବରୁ ଅନେକଥର ଗଞ୍ଜେଇ କାରବାରରେ ଅନ୍ୟ ଥାନା ଗୁଡିକରେ ଧରାପଡି ଜେଲ ଯାଇଥିଲେ ଜ୍ଝ






