Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାର୍‌ରେ ପୁଲିସ ବୋର୍ଡ ଲଗାଇ ନିର୍ଦ୍ୱନ୍ଦ୍ୱରେ ବୁଲୁଥିଲେ, ଧରିପକାଇଲେ ଏସ୍‌ପି

by ସଞ୍ଜୟ ସ୍ୱାଇଁ
October 3, 2022
in Crime, State
କାର୍‌ରେ ପୁଲିସ ବୋର୍ଡ ଲଗାଇ ନିର୍ଦ୍ୱନ୍ଦ୍ୱରେ ବୁଲୁଥିଲେ, ଧରିପକାଇଲେ ଏସ୍‌ପି
214
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): କାରରେ ପୁଲିସ ବୋର୍ଡ ଲଗାଇ ନିର୍ଦ୍ୱନ୍ଦ୍ୱରେ ବୁଲୁଥିଲେ। ପୁଲିସ ଗାଡ଼ି ଭାବି ସବୁ ଚେକ୍‌ ପୋଷ୍ଟ ଦେଇ ଆରାମରେ ଖସି ଯାଇ ପାରୁଥିଲା। ହେଲେ ଆଜି ଧରାପଡ଼ିଛି ଜଣେ ଦୁର୍ବୃତ୍ତର ଏଭଳି କାରନାମା। ପୁଲିସ ବୋର୍ଡ ଲଗାଇ ବୁଲିବା ତାଙ୍କୁ ମହଙ୍ଗା ପଡିଛି। ଖୋଦ୍ ଏସ୍‌ପିଙ୍କ ନଜରରେ ଏହି କାର ପଡ଼ିଥିଲା। ଯାହା ପରେ ପୁଲିସ ମାମଲା ରୁଜୁ କରି ଏହି କାର ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି। ଆଜି ଦିନ ପ୍ରାୟ ୧ଟା ବେଳେ ଆନ୍ଧ୍ରପ୍ରଦେଶ ନମ୍ୱର ପ୍ଲେଟ୍ ଥିବା ଏକ ଦାମୀ କାର ଲାଞ୍ଜିପଲି ବାଇପାସ୍ ଦେଇ ବ୍ରହ୍ମପୁର ଭିତରକୁ ପ୍ରବେଶ କରୁଥିଲା। ଏହି କାରର କାଚ ଆଗରେ ପୁଲିସ ବୋର୍ଡ ଲାଗିଥିଲା। ଏହି ସମୟରେ ସେହି ରାସ୍ତା ଦେଇ ଅଫିସ ଗାଡ଼ିରେ ଯାଉଥିବା ଏସପି ଶ୍ରବଣ ବିବେକ ଏମଙ୍କ ନଜର ଉକ୍ତ କାର୍‌ ଉପରେ ପଡ଼ିଥିଲା। କାରଟିକୁ ଦେଖିବା ପରେ ଏସ୍‌ପିଙ୍କ ସନ୍ଦେହ ବଢ଼ିଥିଲା। କାରଣ କାର ଚଳାଉଥିବା ଲୋକର ଡ୍ରେସ ସାଧାରଣ ଥିଲା ଓ ସେ ବେକରେ ସୁନା ଚେନ ପକାଇଥିଲେ। ତେଣୁ ସେ ସନ୍ଦେହ କରି କାର୍‌ର ପିଛା କରିଥିଲେ। କାରଟି ଟାଟା ବେଞ୍ଜ ଛକ ଦେଇ ଯାଉଥିବା ଖବର ଟ୍ରାଫିକ ପୁଲିସକୁ ଦେଇଥିଲେ। ଏହାକୁ ଅଟକ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଗାଡ଼ିକୁ ଅଟକ ରଖାଯିବା ପରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ କାର୍‌ ଚାଳକ ଜଣକ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା କୋତା ବୋମାଲିର କେ. ସୁବ୍ରମଣ୍ୟମ ବୋଲି ଜଣାପଡିଥିଲା। ତେବେ ନା ସେ ଜଣେ ପୁଲିସ କର୍ମଚାରୀ, ନା ଏହା ପୁଲିସ ଗାଡ଼ି ବୋଲି ଯାଞ୍ଚରେ ଜଣାପଡ଼ିଥିଲା। ତେଣୁ ପୁଲିସ ଏନେଇ ଏକ ଠକେଇ ମାମଲା ରୁଜୁ କରିବା ସହ କାର୍‌ଟିକୁ ଜବତ କରିଛି ଏବଂ ଅଭିଯୁକ୍ତ ସୁବ୍ରମଣ୍ୟକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!