Wednesday, July 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେଦି ବନ୍ଧା ହୋଇ ଝିଅ ମଙ୍ଗୁଳା ହୋଇ ଥିଲା କିନ୍ତୁ ଝିଅ ଘର ଦୁଆର ମୁଁହରୁ ଫେରିଗଲା ବର, ଭିଲିଆନ ଥିଲେ ଗୁରୁଜୀ !

by ସଞ୍ଜୟ ସ୍ୱାଇଁ
September 2, 2021
in Crime, State
ବେଦି ବନ୍ଧା ହୋଇ ଝିଅ ମଙ୍ଗୁଳା ହୋଇ ଥିଲା କିନ୍ତୁ ଝିଅ ଘର ଦୁଆର ମୁଁହରୁ ଫେରିଗଲା ବର, ଭିଲିଆନ ଥିଲେ ଗୁରୁଜୀ !
207
VIEWS
Share on FacebookShare on Twitter

ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ମାନବବାଦ ସଂଗଠନ ବିରୋଧରେ ଗୋଟିଏ ପରେ ଗୋଟିଏ ଆସୁଛି ସାଂଘାତିକ୍ ଅଭିଯୋଗ। ଏମିତିକି ବେଦି ବନ୍ଧା ହୋଇ ଝିଅ ମଙ୍ଗୁଳା ହୋଇ ଥିଲା । ବର ଆସିଲେ ପଡ଼ିଥାନ୍ତା ହାତଗଣ୍ଠି। କିନ୍ତୁ ଝିଅ ଘର ଦୁଆର ମୁଁହରୁ ଫେରିଗଲା ବର। କାରଣ ଥିଲା ଝିଅ ହାତରେ ଶଙ୍ଖା ଓ ମଥାରେ ସିନ୍ଦୂର ପିନ୍ଧିଥିଲା । ଏନେଇ ବେଗୁନିଆ ନିକଟସ୍ଥ କୁଶପଲ୍ଲା ଗ୍ରାମର ସମ୍ପୃକ୍ତ ଯୁବତୀଙ୍କ ଭାଉଜ ବାଷନ୍ତୀ ଦେଉରୀ ଅଭିଯୋଗ କରିଛନ୍ତି। ସେ ଆଜି ଗଣମାଧ୍ୟମ ଆଗରେ ସଙ୍ଗଠନର ତାଲିବାନୀ ଶାସନ ନେଇ ମୁହଁ ଖୋଲିଛନ୍ତି । କହିଛନ୍ତି, ଏଭଳି ଘଟଣା ଦୀର୍ଘ ଦଶ ବର୍ଷ ତଳେ ଘଟିଥିଲା। ତାଙ୍କ ନଣନ୍ଦ ସହ ସହ ମାନବବାଦ ସଂଗଠନର ଜଣେ ଯୁବକଙ୍କ ମଧ୍ୟରେ ବିବାହ ପାଇଁ ସ୍ଥିର ହୋଇଥିଲା। ହେଲେ ମାନବବାଦ ସଂଗଠନର ନୀତି ନିୟମ ଅନୁସାରେ ଝିଅ ଘର ପ୍ରସ୍ତୁତି କରି ନଥିବା କାରଣରୁ ବର ଦୁଆର ମୁଁହରୁ ଫେରି ଯାଇଥିଲା। ସେ କହିଛନ୍ତି ଯେ, ବେଦି ସଜା ଯାଇଥିଲା। ଝିଅ ହାତରେ ଶଙ୍ଖା ଓ ମଥାରେ ସିନ୍ଦୂର ପିନ୍ଧିଥିଲା। ଏହା ଦେଖି ବର ଫେରିଯାଇଥିଲା। କହିଥିଲେ ଝିଅ କାହିଁକି ଶଙ୍ଖା ପିନ୍ଧିଛି ? ଘରେ ଆଗରେ କାହିଁକି ଟେଣ୍ଟ ବନ୍ଧାଯାଇଛି ? ଦୁଆର ଆଗରେ କାହିଁକି ଚିତା ପଡ଼ିଛି ? ଏମିତି କହି ବରଯାତ୍ରୀ ସହ ବର ଫେରି ଯାଇଥିଲା। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବିବାହ ପାଇଁ ଉକ୍ତ ସଙ୍ଗଠନ ପକ୍ଷରୁ କଠୋର ନିୟମ କରାଯାଇଥିଲା। ଝିଅ ଶଙ୍ଖା ପିନ୍ଧବିବନି। ଧଳା ଶାଢି ପିନ୍ଧିବ । କୌଣସି ପ୍ରକାର ଜାକଜକମ ହେବିନି ଏମିତି ଯାବତୀୟ ନିୟମ କରାଯାଇଥିଲା। ତେବେ ମାନବବାଦ ସଙ୍ଗଠନ ନାମରେ ନିର୍ୟାତନା ଓ ମାଡ଼ମରା ଭଳି ସଙ୍ଗିନ୍‌ ଅଭିଯୋଗ ଆସିଥିବା ବେଳେ ଆଜି ଏହାର ମୁଖ୍ୟ ମାନସ ଦାସଙ୍କୁ ଖୋର୍ଦ୍ଧା ପୁଲିସ ଗିରଫ କରିଛି। ଭୁବନେଶ୍ୱର ସ୍ଥିତ ଘରୁ ପୁଲିସ ଉଠାଇ ନେଇଥିଲା। ପଚରା ଉଚରା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ମାନସଙ୍କ ନାଁରେ ବହୁ ସଂଗୀନ ଅଭିଯୋଗ ରହିଛି। ହତ୍ୟା ଉଦ୍ୟମ ଓ ଧମକ ଦେବା ଆଦି ଅଭିଯୋଗ ରହିଛି। ଏହା ଛଡ଼ା ବାପ-ପୁଅଙ୍କୁ ଘରେ ପୂରାଇ ମାଡ଼ ମାରିବାର ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ରହିଛି। ବେଗୁନିଆ ଥାନା ମାନପୁର ଗାଁର ସତ୍ୟବ୍ରତ ନାୟକଙ୍କୁ ଘରୁ ଟେକିନେଇ କରଡଗାଡିଆ ଗାଁରେ ଅଗଷ୍ଟ ୨ ତାରିଖରେ ପିଟିପିଟି ମାରି ଦେଇଥିଲା ସଙ୍ଗଠନ। ପରେ ତାଙ୍କୁ ଜାଳି ଦିଆଯାଇଥିଲା। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଥାନାରେ ହୋଇଥିବା ଅଭିଯୋଗରେ ୬ ନମ୍ୱରରେ ରହିଛି ମାନସଙ୍କ ନାଁ। ମାତ୍ର ପୁଲିସ କେବଳ ୫ ଜଣଙ୍କୁ ଗିରଫ କରି ଚୁପ୍‌ ବସିଛି। ଏପର୍ୟ୍ୟନ୍ତ ମାନସଙ୍କୁ ପଚରାଉ ଉଚରା କରି ନାହିଁ। ଯାହାକୁ ନେଇ ନିର୍ୟାତନାରେ ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କେବଳ ସତ୍ୟବ୍ରତ ନାୟକ ହତ୍ୟା ଘଟଣା ନୁହେଁ, ମାନସ ଦାସଙ୍କ ମାନବବାଦ ସଂଗଠନ ନାଁରେ ଲମ୍ୱା ଅଭିଯୋଗ ତାଲିକା ରହିଛି। ସଙ୍ଗଠନର ନିୟମ ମାନୁନଥିବା ଲୋକଙ୍କୁ ଦିଆଯାଉଥିଲା ଅକଥନୀୟ ନିର୍ୟାତନା। ଏହାର ଜ୍ୱଳନ୍ତ ଉଦାହଣ ହେଉଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍‌ କଡବ ଗାଁରେ ଘଟିଥିବା ଘଟଣା। ଉକ୍ତ ଗାଁର ମାଗୁଣୀ ନାୟକ ଓ ତାଙ୍କ ପୁଅଙ୍କୁ କୋଠ ଘର ଭିତରେ ପୂରାଇ ମାଡ଼ ମରାଯାଇଥିଲା। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା। ଏହା ପରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ମାଗୁଣୀ ଓ ତାଙ୍କ ପୁଅଙ୍କୁ ପଚରାଉଚରା କରିଥିଲା। ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ମାଗୁଣୀଙ୍କ ଅଭିଯୋଗ ପରେ ଜଣେ ପରେ ଜଣେ ପୀଡ଼ିତ ମୁହଁ ଖୋଲିଥିଲେ। ଏପରିକି ଥାନାରେ ଅଭିଯୋଗ କରିଥିଲେ। ସେପଟେ ଖୋର୍ଦ୍ଧା ସଦର ଥାନା ଡାଳତୋଳା ଆଦିବାସୀ ସାହିର ୬ ପରିବାରୁ ଦୀର୍ଘ ୮ ବର୍ଷ ଧରି ଗାଁରୁ ତଡ଼ା ଖାଇ ଜଙ୍ଗଲରେ କାଳାତିପାତ କରୁଛନ୍ତି। ମାନବବାଦ ସଙ୍ଗଠନ କର୍ମକର୍ତ୍ତାମାନେ ମାଡ଼ ମାରିବାରୁ ଜୀବନ ବିକଳରେ ସେମାନଙ୍କୁ ଗାଁ ଛାଡ଼ିଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!