Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନକଲି ମଶାମରା ଲିକ୍ୟୁଡି ଫ୍ୟାକ୍ଟ୍ରି ସିଲ୍‌

by ସଞ୍ଜୟ ସ୍ୱାଇଁ
October 1, 2022
in Crime, State
ନକଲି ମଶାମରା ଲିକ୍ୟୁଡି ଫ୍ୟାକ୍ଟ୍ରି ସିଲ୍‌
123
VIEWS
Share on FacebookShare on Twitter

ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଖୋର୍ଦ୍ଧାର ଜଟଣୀରେ ଠାବ ହୋଇଛି ନକଲି ମଶାମରା ଲିକ୍ୟୁଡି ଫ୍ୟାକ୍ଟ୍ରି । ଏହାର ଚେର ରାଜ୍ୟ ବାହାରକୁ ଲମ୍ବିଥିବା ବେଳେ ବମ୍ବେରୁ ଏକ ପୁଲିସ୍‌ ଟିମ୍‌ ପହଞ୍ଚି ଖୋଳତାଡ଼ କରିଛି। ଏହାପରେ ଏହି ଘରକୁ ସିଲ୍‌ କରି ଦିଆଯାଇଥିବା ଜଣାଯାଇଛି। ବିଭିନ୍ନ ନାମୀଦାମୀ କମ୍ପାନୀ ମଶାମରା ଲିକ୍ୟୁଡି ପ୍ରସ୍ତତ କରି ବଜାରକୁ ଛାଡ଼ୁଛନ୍ତି। କିନ୍ତୁ କିଛି ଲାଭଖୋର ମନୋବୃତ୍ତିର ଲୋକେ ବଜାରରେ ଏହାର ନକଲ ଛାଡ଼ୁଛନ୍ତି। ଓଡ଼ିଶା ବଜାରରେ ଏହିପରି କିଛି ନକଲି ମଶାମରା ଲିକ୍ୟୁଡି ବିକ୍ରି ହେଉଥିବା ଖବର ପାଇ ବମ୍ବେରୁ ଏକ ଟିମ୍‌ ଗତକାଲି ଜଟଣୀରେ ପହଞ୍ଚିଥିଲା। ଏହାପରେ ସ୍ଥାନୀୟ ପୁଲିସ୍‌ ସହାୟତାରେ ଯାଞ୍ଚ କରାଯାଇ କିଛି ଲିକ୍ୟୁଡିର ସାମ୍ପଲ ସଂଗ୍ରହ କରାଯାଇଛି। ପରେ ପୁଲିସ ଓ ଓକିଲଙ୍କ ଉପସ୍ଥିତି ଏହି ଘର କୁ ସିଲ୍ କରାଯାଇଛି। ହେଲେ କମ୍ପାନୀ ମାଲିକ ନକଲି ସାମଗ୍ରୀ ପ୍ରସ୍ତୁତ ଖବରକୁ ଖଣ୍ଡନ କରିଛନ୍ତି। ସେ ନିଜ ବ୍ରାଣ୍ଡରେ ଏହାକୁ ଛାଡ଼ୁଥିବା ବେଳେ କୌଣସି ନକଲ କରୁ ନ ଥିବା ସଫେଇ ଦେଇଛନ୍ତି। ତେବେ ପୁଲିସ୍‌ ତଦନ୍ତ ପରେ ସତ କ’ଣ ତାହା ପଦାକୁ ଆସିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!