Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୁବ ସମାଜସେବୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ

by ସଞ୍ଜୟ ସ୍ୱାଇଁ
September 28, 2022
in Crime, State
ଯୁବ ସମାଜସେବୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ
95
VIEWS
Share on FacebookShare on Twitter

ବଲାଙ୍ଗିର,(ବାଘୁଆବାର୍ତ୍ତା): ବଲାଙ୍ଗିର ସହରରେ ବେଶ ଜଣାଶୁଣା ଯୁବ ସମାଜ ସେବିକା ପ୍ରିୟଙ୍କା ପଟ୍ଟନାୟକଙ୍କ ସନ୍ଦେହ ଜନକ ମୃତ୍ୟୁ। ଯାହାକୁ ନେଇ ସହରରେ ସୃଷ୍ଟି ହୋଇଛି ଚାଞ୍ଚଲ୍ୟ। ଆଜି ସେ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପ୍ରିୟଙ୍କାଙ୍କ ପରିବାର ପକ୍ଷରୁ କୁହାଯାଉଛି। ୫ ମାସ ତଳେ ସେ ବିବାହ କରିଥିଲେ। ସେ ବଲାଙ୍ଗିର ସହରର ଟିକ୍ରାପଡାର ଅଜୟ ପଟ୍ଟନାୟକଙ୍କ ବଡ ଝିଅ ହୋଇଥିବା ବେଳେ ଇନ୍ଦିରାନଗର ପଡାର ସୁମିତ ବହିଦାରଙ୍କୁ ବାହା ହୋଇଥିଲେ। ମୃତ ପ୍ରିୟଙ୍କାଙ୍କ ବାପା ଅଜୟ ପଟ୍ଟନାୟକ କହିଛନ୍ତି, ଝିଅର ମୃତ୍ୟୁ ସମ୍ପର୍କରେ ପ୍ରଥମେ ଜ୍ୱାଇଁ ସୁମିତ ତାଙ୍କୁ ଫୋନ୍‌ରେ ଖବର ଦେଇ ଡାକ୍ତରଖାନା ଆସିବାକୁ କହିଥିଲେ। ଏଥିସହ ସୁମିତ ଜଣାଥିଲେ, ଇନ୍ଦିରାନଗର ପଡା ସ୍ଥିତ ଘରେ କେହି ନଥିବା ବେଳେ ଦିନ ପ୍ରାୟ ୧୨ ଟା ବେଳେ ପ୍ରିୟଙ୍କା ବେକରେ ଦଉଡି ଦେଇ ଘର ଭିତରେ ଝୁଲି ପଡିଥିଲେ। କବାଟ ଭାଙ୍ଗି ପ୍ରିୟଙ୍କାଙ୍କୁ ସେ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ଆଣିଛନ୍ତି। ହେଲେ ସେଠାରେ ଡାକ୍ତର ପ୍ରିୟଙ୍କାଙ୍କୁ ମୃତ ଘୋଷଣା କରିଛନ୍ତି। ଯାହା ତାଙ୍କୁ ଆଶ୍ଚର୍ୟ୍ୟ କରିଛି ବୋଲି ଅଜୟ କହିଛନ୍ତି। ଝିଅ ଗତକାଲି ଘରକୁ ଆସିଥିଲା। ଆଜି ତାକୁ ଶାଶୁ ଘରୁ ଆଣିବାକୁ ସେ ଯାଇଥାଆନ୍ତେ। ହେଲେ ଏଭଳି ଏକ ଦୁଃଖଦ ଘଟଣା ଘଟିଲା ବୋଲି ସେ କହିଛନ୍ତି। ଏ ବାବଦରେ ପ୍ରିୟଙ୍କାଙ୍କ ସ୍ୱାମୀ କୌଣସି ମତାମତ ଦେବାକୁ ମନା କରି ଦେଇଛନ୍ତି। ମୃତ ପ୍ରିୟଙ୍କାଙ୍କ ବାପା କୌଣସି ଅଭିଯୋଗ କରୁନଥିଲେ ମଧ୍ୟ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ପ୍ରିୟଙ୍କାଙ୍କ ପରିବାର ଲୋକେ କହିଛନ୍ତି, ଆଜି ଭାଇଜିଉଁନ୍ତିଆ କରିବା ପାଇଁ ପ୍ରିୟଙ୍କା ବାପ ଘରକୁ ଆସିବାର ଥିଲା। ଭାଇ ଜିଉଁନ୍ତିଆ ପାଇଁ ମାର୍କେଟିଂ ମଧ୍ୟ କରି ସାରିଥିଲେ। ୫ ଦିନ ପରେ ଭାଇ ଜିଉଁନ୍ତିଆ ବ୍ରତ ରଖି ଭାଇ ହାତରେ ଜିଉଁନ୍ତିଆ ବାନ୍ଧି ଥାଆନ୍ତେ। କିନ୍ତୁ ସନ୍ଦେହ ଜନକ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ପ୍ରିୟଙ୍କା ସହରର ଜଣାଶୁଣା ମାହେଶ୍ୱରୀ ସଂଗଠନର ମହିଳା ଶାଖାର ସଂଯୋଜିକା ଥିଲେ। ମାହେଶ୍ୱରୀ ସଂଗଠନ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରକାର ସାମାଜିକ କାର୍ୟ୍ୟରେ ସେ ନିଜକୁ ସାମିଲ କରୁଥିଲେ। କରୋନା ସମୟରେ ସହର ଭିତରେ ବୁଲି ଲୋକଙ୍କୁ ଖାଇବା ଦେବା ସହିତ ରୋଗୀ ମାନଙ୍କର ସେବା କରୁଥିଲେ। ସହରର ଜଣେ ଉଦୀୟମାନ ସମାଜସେବିକାକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ମାହେଶ୍ୱରୀ ସଂଗଠନର କର୍ମକର୍ତ୍ତା। ଏହା ସଂଗଠନ ନିମନ୍ତେ ଅପୂରଣୀୟ କ୍ଷତି ବୋଲି ସଂଗଠନର ସଭାପତି ଅଙ୍କୁଶ ପାଣ୍ଡିଆ କହିଛନ୍ତି। ଖବର ପାଇ ବଲାଙ୍ଗିର ଟାଉନ ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!