Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଲେମାଲ ହେବା ପାଇଁ ଡ୍ରାଇଭରକୁ ମହାନଦୀକୁ ଠେଲି ଟ୍ରକ୍‌ ଚୋରି କରିଥିଲେ, ମାସେ ପରେ ବନ୍ଧା ହେଲେ ୫ ଜଣ

by ସଞ୍ଜୟ ସ୍ୱାଇଁ
September 28, 2022
in Crime, State
ମାଲେମାଲ ହେବା ପାଇଁ ଡ୍ରାଇଭରକୁ ମହାନଦୀକୁ ଠେଲି ଟ୍ରକ୍‌ ଚୋରି କରିଥିଲେ, ମାସେ ପରେ ବନ୍ଧା ହେଲେ ୫ ଜଣ
150
VIEWS
Share on FacebookShare on Twitter

ପାରାଦୀପ, (ବାଘୁଆବାର୍ତ୍ତା): ଟ୍ରକ୍‌ ବିକି ମାଲେମାଲ ହେବାକୁ ମାସେ ତଳେ ଘଟାଇଥିଲେ ଅମାନବୀୟ କାଣ୍ଡ । ଉଛୁଳା ମହାନଦୀକୁ ଡ୍ରାଇଭରଙ୍କୁ ଠେଲି ଦେଇ ପାରାଦୀପରୁ ଟ୍ରକ୍‌ ନେଇ ଫେରାର ହୋଇ ଯାଇଥିଲେ। ଏପରିକି ଉକ୍ତ ଟ୍ରକ୍‌କୁ ମୟୂରଭଞ୍ଜ ଜିଲ୍ଲାର ଜଣେ ଢାବା ମାଲିକଙ୍କୁ ବିକି ଦେଇଥିବା ବେଳେ ଏବେ ପୁଲିସ୍‌ ୫ ଜଣଙ୍କୁ ବାନ୍ଧିଛି। ଏ ଯାଏ ଡ୍ରାଇଭରଜଣକ ନିଖୋଜ ଅଛନ୍ତି। ତାଙ୍କ ନାମ ସାହଦବ ଆଲମର ଓ ଘର ଉତ୍ତର ପ୍ରଦେଶରେ ବୋଲି ଜଣାଯାଇଛି। ସାହଦବ ଆଲମର ଗତ ଅଗଷ୍ଟ ମାସରେ ମାଲ ଆଣି ପାରାଦୀପ ଆସିଥିଲେ। ସେହି ଉତ୍ତର ପ୍ରଦେଶର ହୁକୁମ ସିଂ ଏବଂ ହରପାଲ ସିଂ ନାମକ ଆଉ ଦୁଇ ଜଣ ଟ୍ରକ ଡ୍ରାଇଭରଙ୍କ ସହ ସାହଦବ ଆଲମଙ୍କର ପାରାଦୀପରେ ଦେଖାସାକ୍ଷାତ ହୋଇଥିବା ବେଳେ ସମ୍ପର୍କ ଘନିଷ୍ଠ ହୋଇଥିଲା ଏହାପରେ ଉକ୍ତ ୨ ଡ୍ରାଇଭର ସାହଦବଙ୍କ ଟ୍ରକ୍‌ ଚୋରି କରିବାକୁ ଯୋଜନା କରିଥିଲେ। ସେମାନେ ସାହଦବଙ୍କୁ ପାରାଦୀପ ସି-ବିଚ୍‌ ବୁଲାଇ ପ୍ରଚୁର ମଦ ପିଆଇଥିଲେ। ଅଗଷ୍ଟ ୨୧ ତାରିଖ ରାତିରେ ଭୂତମୁଣ୍ଡାଇ ପୋଲ ଉପରୁ ମହାନଦୀକୁ ଠେଲି ଦେଇଥିଲେ। ଏହାପରେ ଟ୍ରକକୁ ନେଇ ବୈଶିଙ୍ଗାର ଜଣେ ଢାବା ମାଲିକକୁ ୪ ଲକ୍ଷ ୬୦ ହଜାର ଟଙ୍କାରେ ବିକି ଦେଇଥିଲେ। ଢାବା ମାଲିକ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ସହ ମିଶି ଦେଉଳି ଡ୍ୟାମ ଜଙ୍ଗଲରେ ଟ୍ରକଟିକୁ ଲୁଚାଇ ରଖିଥିଲେ। ଏହାମଧ୍ୟରେ ସେ ଟ୍ରକ୍‌ଟିକୁ କବାଡିଆକୁ ବିକ୍ରି ପାଇଁ ମସୁଧା କରୁଥିଲେ। ହେଲେ ଚାନ୍ଦୁଆ ପୁଲିସ ଏହାର ସୁରାକ ପାଇ ଟ୍ରକଟିକୁ ଉଦ୍ଧାର କରି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ଏହାପରେ ଏହା ଏକ ଚୋରି ଟ୍ରକ୍‌ ବୋଲି ପୁଲିସ୍‌ ଜାଣିପାରି ପାରାଦୀପ ପୁଲିସ୍‌ ସହ ଯୋଗାଯୋଗ କରିଥିଲେ। ଏହି ଘଟଣାରେ ଅଭୟଚାନ୍ଦପୁର ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ହୁକୁମ ସିଂ ଏବଂ ହରପାଲ ସିଂ, ରାଜା, ଅମଜାଦ ଖାଁ, ଶେଖ ବଲାଲୁଦ୍ଦିନ ଓ ଗାଡ଼ିକୁ ବୈଶିଙ୍ଗାରୁ ଜମ୍ଭୀରା ନେଇଥିବା ବାପୁନୁ । ଏନେଇ ଅଭୟଚାନ୍ଦପୁର ଥାନା ଆଇଆଇସି କହିଛନ୍ତି, ଗତ ଅଗଷ୍ଟରେ ନୂଆଦିଲ୍ଲୀର ଜଣେ ବ୍ୟକ୍ତି ଆସି ନିଜ ପୁଅ ସାହଦବ ଆଲମର ନିଖୋଜ ଥିବା କହିଥିଲେ। ୨୦ ତାରିଖରୁ ସେ ଘର ସହ ଯୋଗାଯୋଗରେ ଥିଲେ। ହେଲେ ୨୧ ତାରିଖରୁ ପତ୍ତା ମିଳୁନି ବୋଲି କହିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଏକ ଟିମ୍‌ ଗଠନ ହୋଇଥିଲା। ସାହଦବ ଆଲମର(ଚାନ୍ଦ) ଗାଡ଼ି ନେଇ IOCL କୁ ଆସିଥିଲେ। ଉକ୍ତ ସମୟରେ ଆଉ ଏକ ଟ୍ରେଲର ମଧ୍ୟ IOCL କୁ ଆସିଥିଲା। ଉକ୍ତ ଗାଡ଼ିର ଡ୍ରାଇଭର ଓ ହେଲପର ହୁକୁମ ସିଂ ଏବଂ ହରପାଲ ସିଂଙ୍କ ସହ ସାହଦବଙ୍କର ଘନିଷ୍ଠ ସମ୍ପର୍କ ଥିଲା। ଏହାପରେ ସେମାନେ ପାରାଦୀପ ସି- ବିଚ୍‌ ଯାଇ ବୁଲାବୁଲି କରିଥିଲେ। ପାରାଦୀପ ସି-ବିଚ୍‌ରୁ ଫେରିବା ପରେ ହରପାଲ ସିଂକୁ ସେମାନେ ପ୍ରଚୁର ମଦ ପିଆଇଥିଲେ। ଏହାପରେ ୨୧ ରାତିରେ ଭୁତମୁଣ୍ଡାଇ ପୋଲ ଉପରୁ ତାକୁ ମହାନଦୀକୁ ଠେଲି ଦେଇଥିଲେ। ଘଟଣାର ଖୋଳତାଡ଼ କରି ହରପାଲ ସିଂକୁ ଧରିବା ପରେ ସେ ସବୁ ମାନି ଯାଇଥିଲା। ଏହାପରେ ରାଜା ନାମକ ଯୁବକ ବାରିପଦାର ଶେଖ ବଲାଲୁଦ୍ଦିନ ନାମକ ଢାବା ମାଲିକଙ୍କୁ ଗାଡ଼ଇ ବିକିବା ପାଇଁ ମଧ୍ୟସ୍ଥ ହୋଇଥିଲେ। ଗାଡ଼ି ଫଟୋ ଦେଖିବା ପରେ ଶେଖ ବଲାଲୁଦ୍ଦିନ ରାଜାକୁ ୨ ଲକ୍ଷ ଦେଇଥିଲା। ଗାଡ଼ି କାଟି ବିକିବା ପରେ ଅବଶିଷ୍ଟ ଟଙ୍କା ଦେବ ବୋଲି କହିଥିଲା। ଏହାପରେ ପୁଲିସ୍‌ ଗାଡ଼ି ଜବତ କରି ତା’ ମାଲିକୁ ହସ୍ତାନ୍ତର କରିଥିଲା। ହେଲେ ପୁଲିସ୍‌ ଆଜି ଯାଏ ସାହଦବ ଆଲମରଙ୍କ ପତ୍ତା ପାଉ ନ ଥିବାରୁ ସେ ଜୀବୀତ କି ମୃତ ଜଣାନାହିଁ। ପୁଲିସ୍‌ ସାହଦବଙ୍କୁ ଖୋଜିବାକୁ ସନ୍ଧାନ ଚଳାଇଥିବା କହିଛନ୍ତି ଆଇଆଇସି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!