ଭୁବନେଶ୍ବର, (ବାଘୁଆବାର୍ତ୍ତା): ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ବ୍ଲକ କନିଷ୍ଠ ଯନ୍ତ୍ରୀ ରମାକାନ୍ତ ବେହେରା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏକ ରାସ୍ତା କାମର ବିଲ୍ ପାସ୍ କରିବା ପାଇଁ ଜଣେ ଠିକାଦାରଙ୍କୁ କନିଷ୍ଠ ଯନ୍ତ୍ରୀ ରମାକାନ୍ତ ବେହେରା ୫୦ ହଜାର ଟଙ୍କା ଦେବାକୁ ଦାବି କରିଥିଲେ। ଏ ନେଇ ଠିକାଦାର ଜଣକ ଭିଜିଲାନ୍ସରେ ଜଣାଇଥିଲେ। ଠିକାଦାରଙ୍କ ଠାରୁ ରମାକାନ୍ତ ୫୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ ଚଢାଉ କରି ଟଙ୍କା ଜବତ କରିଥିଲା। ଭିଜିଲାନ୍ସ ଟିମ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।





