Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଉରକେଲା ବାର ଆସୋସିଏସନ୍‌ର ପୂର୍ବତନ ସଭାପତିଙ୍କର ସନ୍ଦେହଜନକ ମୃତ୍ୟୁ, ଘରୁ ମିଳିଲା ଝୁଲନ୍ତା ମୃତଦେହ

by ସଞ୍ଜୟ ସ୍ୱାଇଁ
September 27, 2022
in Crime, State
ରାଉରକେଲା ବାର ଆସୋସିଏସନ୍‌ର ପୂର୍ବତନ ସଭାପତିଙ୍କର ସନ୍ଦେହଜନକ ମୃତ୍ୟୁ, ଘରୁ ମିଳିଲା ଝୁଲନ୍ତା ମୃତଦେହ
45
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲା ବାର ଆସୋସିଏସନ୍‌ର ପୂର୍ବତନ ସଭାପତି ରମେଶ ବଳଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ଆଜି ଭୋରୁ ଭୋରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ରାଉଲକେଲା ଡେଲି ମାର୍କେଟସ୍ଥିତ ଶ୍ୱଶୁର ଘରୁ ରମେଶ ବଳଙ୍କ ମୃତଦେହ ଉଦ୍ଧାର ହୋଇଛି। ରମେଶ ବଳଙ୍କ ନିଜ ଘର ରାଉରକେଲାର ବନ୍ଧମୁଣ୍ଡା ଅଞ୍ଚଳରେ ଥିବା ତିଲକାନଗରରେ। ମାତ୍ର ସେ ଦୀର୍ଘ ବର୍ଷ ହେବ ପତ୍ନୀ ଓ ୨ ପୁଅଙ୍କ ସହ ଡେଲି ମାର୍କେଟସ୍ଥିତ ଶ୍ୱଶୁର ଘରେ ରହୁଥିଲେ। ୨ ପୁଅ ବାହାରେ ଥିବା ବେଳେ ଘରେ ପତ୍ନୀ ଓ ଶାଶୁ ଥିଲେ। ଗତ ରାତିରେ ରାତ୍ର ଭୋଜନ କରି ସାରିବା ପରେ ରମେଶ ଘରେ ଶୋଇଥିଲେ । ହେଲେ ଭୋରରୁ ସେ ଶୋଇଥିବା ଘରେ ଲାଗିଥିବା ଫ୍ୟାନ୍‌ରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପରିବାର ଲୋକେ ଏହା ଦେଖି ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରମେଶ ବଳ ରାଉରକେଲା ସହରରେ ଜଣେ ପରିଚିତ ବ୍ୟକ୍ତି । ସେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଥର ରାଉରକେଲା ବାର ଆସୋସିସନର ସଭାପତି ପଦ ସମ୍ଭାଳିଥିଲେ । କେବଳ ସେତିକି ନୁହେଁ ସେ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ ଓ ଜଣେ ସାମାଜିକ କର୍ମୀ ଥିଲେ। ତେଣୁ ତାଙ୍କ ମୃତ୍ୟୁ ଖବର ପ୍ରଚାରତ ହେବା ପରେ ତାଙ୍କ ବାସଭବନ ସମ୍ମୁଖରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପୁଲିସ୍‌ ତଦନ୍ତ ସମୟରେ ରମେଶଙ୍କ ରୁମ୍‌ରୁ ଏକ ସୁଇସାଇଡାଲ ନୋଟ ଜବତ କରିଛି। ଏହି ନୋଟ୍‌ରେ ସେ ନିଜ ଆତ୍ମହତ୍ୟା ପାଇଁ କାହାକୁ ଦାୟୀ କରି ନାହାନ୍ତି। ପାରିବାରିକ ଅଶାନ୍ତି ସମେତ ସ୍ୱାସ୍ଥ୍ୟ ଭଲ ରହୁ ନ ଥିବା ବେଳେ ଏକ ଭୁଲ୍‌ ନିଷ୍ପତ୍ତି ପାଇଁ ୩ କୋଟି କ୍ଷତି ହୋଇ ଯାଇଥିବା ସେ ନିଜ ନୋଟ୍‌ରେ ଉଲ୍ଲେଖ କରିଛନ୍ତି। ଏନେଇ ସେ ଲେଖିଛନ୍ତି, ବଡ଼ ପୁଅର ଆମ ସହ ଭଲ ସମ୍ପର୍କ ନାହିଁ । ବିବାହ କରି ସେ ଆମଠୁ ଦୂରରେ ରହୁଛି। ମୋ’ର ଡାଇବେଟିସ୍‌ ଓ ବ୍ଲଡପ୍ରେସର ଥିବା ବେଳେ କିଡନୀ ଇନଫେକସନ୍‌ ବି ରହିଛି। ତେଣୁ ଓଜନ ପ୍ରାୟ ୧୫ କେଜି କମିଗଲାଣି। ମୋ’ ପାଖରେ କେହି ରହିବାକୁ ଭଲ ପାଉ ନାହାନ୍ତି। ଏପରିକି ମୋ’ ସ୍ୱାସ୍ଥ୍ୟାବସ୍ଥା ପାଇଁ ମୋ’ ପତ୍ନୀ, ଶାଶୁ ଓ ଦେଢଶାଶୁ ବହୁତ ହଇରାଣ ହେଉଛନ୍ତି। ତେଣୁ ଜୀବନ ପ୍ରତି ବିତୃଷ୍ଣା ଭାବ ଆସିବାକୁ ଏପରି ପଦକ୍ଷେପ ନେଉଥିବା ରମେଶ ବଳ ନିଜ ସୁଇସାଇଡାଲ ନୋଟ୍‌ରେ ଉଲ୍ଲେଖ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!