ଢେଙ୍କାନାଳ, (ବାଘୁଆବାର୍ତ୍ତା): ଜମି କିଣାବିକାରେ ଏକ ବଡ଼ଧରଣର ଠକାମୀ ପଦାକୁ ଆସିଛି । ଟାଉନ ଥାନା ପୁଲିସ ନକଲି ଜମି ମାଲିକ ସାଜିଥିବା ଜଣେ ମହିଳାଙ୍କ ସମେତ ୮ଜଣଙ୍କୁ ଗିରଫ କରିଛି । ଗିରଫ ମାନଙ୍କ ମଧ୍ୟରେ ଢେଙ୍କାନାଲ ସହରର ପ୍ରଦୀପ ରାଉତ, ଦେବାଶିଷ ପଟ୍ଟନାୟକ,ଶ୍ୟାମଚରଣପୁରର ନିର୍ମଳ ଧଳ ଓ ନକଲି ଜମି ମାଲିକ ସାଜିଥିବା ତୁମୁସିଂହା ଥାନା ଅନ୍ତର୍ଗତ ବାରୁଆଁ ଗ୍ରାମର ଜୋଶବନ୍ତ ଭୁତିଆ ଓ କୋଟଗରାର ମହିଳା ଟିକିନା ମଲିକ , ମଙ୍ଗଳପୁର ର ଶ୍ରୀକାନ୍ତ ନାୟକ ଓ ଗୁପ ଚୁପ ବିକାଳୀ ଅନୀଲ ଚୌଧୁରୀ ଥିବା ଜଣାପଡିଛି। ଏହାସହ ଏହି ଜମି ବିକ୍ରି ରାକେଟରେ ସମ୍ପୃକ୍ତ ଥିବା ନକଲି ଆଧାର, ଜମି ପଟା ଓ ଷ୍ଟାମ୍ପ ଆଦି କରି ଜବହାର୍ଚୌକ ଅଂଚଳର ରଞ୍ଜିତ ମହାରଣା ନାମକ ଜଣେ ଜେରକ୍ସ ଦୋକାନୀ ଗିରଫ ହୋଇଛି। ଗିରଫ ମାନେ ସହର ଉପକଣ୍ଠ ସରକାରୀ ଆଇଟିଆଇ ନିକଟରେ ଥିବା ଏକ ଜମିକୁ ନକଲି ଜମି ମାଲିକ ସାଜି ଜଣେ ଓକିଲଙ୍କ ସହାୟତାରେ କାଗଜପତ୍ର ପ୍ରସ୍ତୁତ କରିଥିଲେ । ସେମାନେ ଭ୍ରମରବର ମହାଖୁଡ଼ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ପର୍ୟ୍ୟାୟ କ୍ରମେ ୮ଲକ୍ଷ ଅଗ୍ରୀମ ଆକାରରେ ଠକେଇ କରିଥିବା ଜଣାପଡିଛି ।





