ରାଜଗାଙ୍ଗପୁର, (ବାଘୁଆବାର୍ତ୍ତା): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୁଲିସକୁ ବଡ଼ ସଫଳତା। କିଛି ଦିନ ହେବ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜଉରୁମାଲ ପଞ୍ଚାୟତର ଲୁହାଖାନ ଠାରେ ବେଆଇନ କୁକୁଡ଼ା ଲଢେ଼ଇ ଚାଲିଥିବା ନେଇ ଖବର ରହିଥିଲା। ଆଜି ରାଜଗାଙ୍ଗପୁର ଏସଡିପିଓ ଅଭିଷେକ ପାଣିଗ୍ରାହୀଙ୍କ ନେତୃତ୍ୱରେ ଥାନା ଅଧିକାରୀ ଵିଵତ୍ସ ପ୍ରଧାନ ଦଳବଳ ସହ କୁକୁଡ଼ା ଲଢେ଼ଇ ଚାଲିଥିବା ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ପୋଲିସ ୨୭ ଜଣଙ୍କୁ ଅଟକ ରଖିଥିବାବେଳେ ତାଙ୍କ ଠାରୁ ନଗଦ ୧ଲକ୍ଷ ୧୮ ହଜାର ଟଙ୍କା , ୧୩ଟି ବାଇକ , ଗୋଟିଏ ମହିନ୍ଦ୍ରା ଗାଡି ସହ ୧୯ ଟି ମୋବାଇଲ ଜବତ କରିଛି । ଏହା ବ୍ୟତୀତ ଲଢେଇରେ ସାମିଲ ଅନେକ କୁକୁଡ଼ା ମଧ୍ୟ ଜବତ କରିଥିବା ସୂଚନା ରହିଛି । ସୂଚନା ମୁତାବିକ ଅନେକ ଦିନ ହେବ ଏହି କୁକୁଡ଼ା ଲଢେଇ ଚାଲିଥିବା ବେଳେ ଏଠାରେ ସ୍ଥାନୀୟ ଲୋକଙ୍କ ସହ ବିରମିତ୍ରପୁର ଓ ଝାରଖଣ୍ଡ ସିମା ଡେଗା ଅଞ୍ଚଳର ଲୋକ କୁକୁଡ଼ା ଲଢ଼େଇରେ ସାମିଲ ଥିବା ସୂଚନା ମିଳିଥିଲା ।





