Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଢ଼େଇ ବର୍ଷର ଝିଅ କହିଲା ମାଆର ହତ୍ୟାକାରୀ ବାପା

by ସଞ୍ଜୟ ସ୍ୱାଇଁ
September 24, 2022
in Crime, State
ଅଢ଼େଇ ବର୍ଷର ଝିଅ କହିଲା ମାଆର ହତ୍ୟାକାରୀ ବାପା
88
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): ମୃତ୍ୟୁ କ’ଣ ସେ ବୁଝିନି । ହେଲେ ଖନେଇ ଖନେଇ କଥା କହୁଥିବା କୁନି ଝିଅ ବଖାଣିଛି ନିଜ ମା’ ହତ୍ୟାର ଛାତିଥରା କାହାଣୀ । ସେ ଯାହା ଦେଖିଛି ସବୁ କିଛି ପୁଲିସ୍‌ ଆଗରେ ବଖାଣି ଦେଇଛି । କିପରି ତା’ ବାପା ହିଁ ତା’ ମା’ର ତଣ୍ଟି ଚିପି ଜୀବନ ନେଇଛି ସେ ସବୁକୁ ଇଙ୍ଗିତ କରି ପୁଲିସ୍‌କୁ ଜଣାଇ ଦେଇଛି। ନିଷ୍ପାପ ଶିଶୁ ବୟାନ ଅନୁଯାୟୀ, ପୁଲିସ୍‌ ବି ଅଭିଯୁକ୍ତ ବାପାକୁ ଗିରଫ କରି ଜେଲ୍‌ ପଠାଇ ଦେଇଛି। ଏପରି ଲୋମଟାଙ୍କୁରା ଘଟଣା ଆନ୍ଧ୍ରର କାକିନାଡ଼ାରେ ଘଟିଛି। ମୃତା ମହିଳା ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସିଲାଟି ଗ୍ରାମର ମାଣିକ ଘୋଷଙ୍କ ପତ୍ନୀ ଲିପିକା ମଣ୍ଡଳ । ପ୍ରାୟ ୭ ବର୍ଷ ତଳେ ଉମରକୋଟ ବ୍ଲକ୍ ର ବଙ୍ଗୀୟ କାରାଗାଁ ଗ୍ରାମ ର ତପନ ମଣ୍ଡଳଙ୍କ ଝିଅ ଲିପିକା ମଣ୍ଡଳ ସିଲାଟି ଗ୍ରାମର ମାଣିକ ଘୋଷଙ୍କୁ ବିବାହ କରିଥିଲେ। ମାଣିକ ହୋଟେଲ ମ୍ୟାନଜମେଣ୍ଟ କରିଥିଲେ ମଧ୍ୟ ବିବାହ ବେଳକୁ କୌଣସି ଚାକିରି କରୁ ନଥିଲେ । ଗତ ମେ’ ମାସରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହେଲା ଓ ଏନେଇ ଉମରକୋଟ ଥାନାରେ ଅଭିଯୋଗ ହୋଇଥିଲା। ପରେ ଲିପିକା ନିଜ ବାପ ଘରକୁ ପଳାଇ ଯାଇଥିଲେ। ତେବେ ଜୁନ ମାସରେ ପୁଅ ଘର ଲୋକ କାରାଗାଁରେ ପହଞ୍ଚି ବୋହୂକୁ ନେବା ପାଇଁ ଅନୁରୋଧ କରିଥିଲେ । ଲିପିକାଙ୍କ ବାପା ଗ୍ରାମରେ ଏକ ବୈଠକ ବସାଇ ଲିପିକାକୁ ତାଙ୍କ ସ୍ୱାମୀଙ୍କ ନିକଟରେ ଛାଡିଥିଲେ। ଏହାପରେ ଉକ୍ତ ମାସରେ କାମ ସନ୍ଧାନରେ ମାଣିକ ନିଜ ପରିବାର ସହ ସୁଦୂର କାକିନାଡ଼ାକୁ ଚାଲି ଯାଇଥିଲେ। ସେଠାରେ ମାଣିକ ଗୋଟିଏ ହୋଟେଲ୍‌ରେ କାମ କରି ପରିବାର ଚଳାଉଥିଲେ । ତେବେ, ଗତ ସୋମବାର ସକାଳ ପ୍ରାୟ ୬ଟା ବେଳେ ମାଣିକ କାକିନାଡ଼ାରେ ରହୁଥିବା ନିଜ ଗାଁର ଜଣେ ସାଙ୍ଗକୁ ଫୋନ୍‌ କରି ପତ୍ନୀ ମୁର୍ଚ୍ଛା ହୋଇ ଯାଇଥିବା କହିଥିଲେ। ସାଙ୍ଗଜଣକ ସଙ୍ଗେ ସଙ୍ଗେ ମାଣିକଙ୍କ ଘରେ ପହଞ୍ଚି ଲିପିକାଙ୍କ ଗୋଳାରେ ଚିହ୍ନ ଥିବା ଦେଖିବାକୁ ପାଇଥିଲେ। ଖବର ପାଇ କାକିନାଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନିଜ ଆଡୁ ମାମଲା ରୁଜୁ କରି ମାଣିକଙ୍କୁ ପଚରାଉଚରା କରିଥିଲା । ସେହି ସମୟରେ ପାଖରେ ଥିବା ଅଢେଇ ବର୍ଷର ଝିଅ “ମାହୀ ଘୋଷ” ପୁଲିସ୍ ସମ୍ମୁଖରେ “ମୋ ବାପା ହିଁ ମୋ ମାଁ କୁ” ଗଳାଚିପି ହତ୍ୟା କରିଛି ବୋଲି ବୟାନ ଦେଇଛି । ଏହାକୁ ଆଧାର କରି ପୁଲିସ ମାଣିକଙ୍କୁ ଗିରଫ କରିଛି। ଶେଷରେ ପୁଲିସ ସମ୍ମୁଖରେ ମାଣିକ ନିଜ ଦୋଷ ସ୍ୱୀକାର କରିଛନ୍ତି। ଖବର ପାଇ ଲିପିକାଙ୍କ ବାପା ତପନ ମଣ୍ଡଳ କାକିନାଡ଼ାଠାରେ ପହଞ୍ଚି ଝିଅ ମୃତଦେହ ସହ ନାତୁଣୀକୁ ଧରି ନିଜ ଘରକୁ ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଲିପିକାଙ୍କ ମୃତଦେହ ତାଙ୍କ ଶ୍ୱଶୁର ଘର ଗାଁରେ ସତ୍କାର ହୋଇଥିବା ଜଣାଯାଇଛି। ମୋ’ ଝିଅର କୌଣସି ମୂର୍ଚ୍ଛା ବେମାର ନଥିଲା । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ମୋ ଝିଅକୁ ତା’ ସ୍ୱାମୀ ହତ୍ୟା କରିଛି ତାଙ୍କୁ ତୁରନ୍ତ ଫାଶୀ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ଲିପିକାଙ୍କ ବାପା। ଏପରି କି ମୋ’ ଝିଅ ନାରେ ୪ ଏକର ଜମି ଥିବା ବେଳେ ତାକୁ ଜ୍ୱାଇଁ ବିକ୍ରୀ କରି ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଯାହାକୁ ନେଇଁ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!