ପଟ୍ଟାମୁଣ୍ଡାଇ, (ବାଘୁଆବାର୍ତ୍ତା): ଗତ କିଛି ମାସ ହେବ ପଟ୍ଟାମୁଣ୍ଡାଇ ଅଂଚଳରେ ମାତିଛନ୍ତି ମୋବାଇଲ ଲୁଟେରା ଗ୍ୟାଙ୍ଗ । ବିଭିନ୍ନ ସମୟରେ ଏହି ଗ୍ୟାଙ୍ଗ ପଟ୍ଟାମୁଣ୍ଡାଇ ତଥା ଆଖ ପାଖ ଅଂଚଳରେ ମୋବାଇଲ ଲୁଟ ଘଟଣା ପୋଲିସର ନିଦ ହଜାଇ ଦେଇଥିଲା । ଅନ୍ୟ ପଟେ ମୋବାଇଲ ଚୋରି ହେଲା ପରେ ସାଙ୍ଗେ ସାଙ୍ଗେ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିଲା । ତେବେ ଆଜି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଇପାସ ଛକ ନିକଟରେ ଥିବା ହାଟରେ ଜଣେ ବ୍ୟକ୍ତି ପରିବା କିଣୁଥିବା ସମୟରେ ଦୁଇ ଜଣ ଯୁବକ ମୋବାଇଲ ଝାମ୍ପି ନେଇ ଚାଲି ଯାଉଥିଲେ । ଏହି ସମୟରେ ଜଣେ ଲୁଟେରା ଅଞ୍ଚଳବାସୀଙ୍କ ହାତରେ ଧରା ପଡ଼ିଥିବା ବେଳେ ଆଉ ଜଣେ ଫେରାର ହୋଇ ଯାଇଥିଲା । ବାରମ୍ବାର ଚୋରି ହେଉଥିବା ବେଳେ ସ୍ଥାନୀୟ ବାସିନ୍ଦା ଚୋରକୁ ଧରି ନିର୍ଧୁମ ଛେଚା ଦେବା ପରେ ପୋଲିସର ଜିମା ଦେଇଛନ୍ତି । ପୋଲିସ ଲୋକଙ୍କ ଠାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚୋରକୁ ଉଦ୍ଧାର କରିବା ସହିତ ଡାକ୍ତରଖାନା ନେଇ ଚିକିତ୍ସା କରାଇ ନିଜ ହେପାଜତକୁ ନେଇଛି । ଯୁବକ ଜଣକ ହେଉଛନ୍ତି ପଟ୍ଟାମୁଣ୍ଡାଇ ମୁଳୁବସନ୍ତ ଗାଁର ଟୁନା ଦାସ । ସୂଚନା ମୁତାବକ ଥାନାରେ ପୂର୍ବରୁ ମଧ୍ୟ ତା ନାଁରେ ମାମଲା ଥିବା ଜଣାପଡିଛି ।





