ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଥାନା ଗୁରୁଜଙ୍ଗ ଗାଁ ନିକଟରେ ଥବା ଏକ କମ୍ପାନୀ ନିକଟରୁ ୫୧ ଗ୍ରାମର ବ୍ରାଉନସୁଗର ଜବତ। ଏହା ସହ ୪ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ସେମାନଙ୍କ ନିକଟରୁ ୨ଟି ବାଇକ୍ ଜବତ ହୋଇଛି। ତେବେ ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୁରୁଜଙ୍ଗ ଗ୍ରାମର ସର୍ବେଶ୍ଵର ବେହେରା, ଜୀବନ ମିଶ୍ର, ମଠସାହିର କବିରାଜ ପ୍ରଧାନ, ବାଙ୍କୀ ଥାନା ଅନ୍ତର୍ଗତ ଚମ୍ପତିପୁର ଗ୍ରାମର ଚିକୁନ ସାହୁ।





