ବାଲେଶ୍ୱର, (ବାଘୁଆବାର୍ତ୍ତା): ବାଲିଆପାଳ ପଞ୍ଚାୟତରେ ଭିଜିଲାନ୍ସ ରେଡ୍ । କୋଟିକୋଟି ଟଙ୍କା ଆତ୍ମସାତ ଅଭିଯୋଗରେ ପଞ୍ଚାୟତ କାର୍ୟ୍ୟାଳୟରେ ରେଡ୍ କରିଛି ଭିଜିଲାନ୍ସ । ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟପାଇଁ ଆସିଥିବା ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ପୂର୍ବତନ ସରପଞ୍ଚଙ୍କ କାର୍ୟ୍ୟକାଳ ସମୟରେ ବିଭିନ୍ନ ଯୋଜନା ପାଇଁ ଆସିଥିବା କୋଟି କୋଟି ଟଙ୍କା ଆତ୍ମସାତ ହୋଇଛି । ଏନେଇ ଅଭିଯୋଗ ପରେ ଚଢାଉ କରିଛି ଭିଜିଲାନ୍ସର ୩ଜଣିଆ ଟିମ୍ ।





