ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଜରଡ଼ା ଥାନା ପାତ୍ରପୁର ବ୍ଳକ ଅନ୍ତର୍ଗତ ମୁଣ୍ଡକେରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୌଣସି କାରଣକୁ ନେଇ ଶ୍ୱଶୁର ଓ ଜ୍ବାଇଁ ମଧ୍ୟରେ ସାମାନ୍ୟ ବଚସା ହେବା ପରେ ଜ୍ବାଇଁ ପୁଅର ଠେଙ୍ଗା ମାଡ଼ରେ ଶ୍ୱଶୁରର ମୃତ୍ୟୁ ଘଟିଥିଲା । ଜରଡ଼ା ଥାନା ଏସଆଇ ମେଡିନିଶ୍ୱର୍ କହଁରଙ୍କ ସୂଚନା ଅନୁସାରେ ଆପନା ବେହେରା (୬୫) ଓ ଗଣପତି ବେହେରା (୪୫) ବୁଧବାର ସକାଳୁ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ପରେ ଜ୍ବାଇଁ ଗଣପତି ଠେଙ୍ଗାରେ ଆପନାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଆକ୍ରମଣରେ ଗଣପତି ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ନାତି-ଝିଅ ଆପନାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଆପନାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଗଣପତୀଙ୍କୁ ଜରଡ଼ା ଥାନା ପୋଲିସ ଗିରଫ କରିଥିବା ବେଳେ ବ୍ୟବହାର ହୋଇଥିବା କାଠ ଠେଙ୍ଗା ଜବତ କରିଛି । ଏନେଇ ଜରଡା ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ।





