Monday, November 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ୟବସାୟୀରୁ ବାବା, ବେଆଇନ ଆଶ୍ରମ କରିଥିବାରୁ ବନ ବିଭାଗ ବାନ୍ଧିଲା

by ସଞ୍ଜୟ ସ୍ୱାଇଁ
September 21, 2022
in Crime, State
ବ୍ୟବସାୟୀରୁ ବାବା, ବେଆଇନ ଆଶ୍ରମ କରିଥିବାରୁ ବନ ବିଭାଗ ବାନ୍ଧିଲା
88
VIEWS
Share on FacebookShare on Twitter

କାମାକ୍ଷାନଗର, (ବାଘୁଆବାର୍ତ୍ତା): ସିଲ୍‌ ହେଲା ଅନନ୍ତ ଚରଣ ଦାସ ଓରଫ ଖଣ୍ଡିଆ ବାବାଙ୍କ କୁଣ୍ଡଖୋଲସ୍ଥିତ ଆଶ୍ରମ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସୁନ୍ଦରାଖୋଲ ଜଙ୍ଗଲ ମଧ୍ୟରେ ଗଢି ଉଠିଥିଲା ବାବାଙ୍କ ବେଆଇନ ଆଶ୍ରମ । ଜଙ୍ଗଲ ମଧ୍ୟରେ ବେଆଇନ ଆଶ୍ରମ ନିର୍ମାଣ ଓ ଜଙ୍ଗଲ ଜମି ଅକ୍ତିଆର ଅଭିଯୋଗରେ ବାବାକୁ ଗିରଫ କରିଛି ବନ ବିଭାଗ । ପ୍ରାୟ ଦୀର୍ଘ ବର୍ଷ ହେବ ବେଆଇନ ଭାବେ ଏହି ଆଶ୍ରମଟି ଗଢି ଉଠିଥିବା ଜଣାପଡିଛି । ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ କୁଣ୍ଡଖୋଲ ଆଶ୍ରମ ସିଲ୍ କରିଛି । ତେବେ ଜଣେ ବ୍ୟବସାୟୀରୁ ବାବା ପାଲଟିଥିବା ଖଣ୍ଡିଆ ବାବା ୧୯୮୪ ମସିହା ପରଠାରୁ କାମାକ୍ଷାନଗର ବ୍ଲକ ବିଜାଡିହ, ସମାଟାଙ୍ଗି ଓ ପରେ କଙ୍କିଳିର କୁଣ୍ଡଖୋଲ ଆଶ୍ରମରେ ରହିଆସୁଥିଲେ । ଲୁଗା ବେପାରୀ ଭାବେ କାର୍ୟ୍ୟ କରୁଥିବା ଅନନ୍ତ ପରବର୍ତ୍ତୀ ସମୟରେ ଏକ ବୋମା ବିସ୍ଫୋରଣରେ ନିଜ ଡାହାଣ ହାତ ହରେଇଥିଲେ। ହଠାତ୍‌ ଏପରି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେବା ପରେ ସେ ଘର ଛାଡ଼ି ସନ୍ୟାସୀ ଭାବେ ଏଣେତେଣେ ଆଶ୍ରୟ ନେଇଥିଲେ । ଶେଷରେ କଙ୍କିଳି ଗାଁ କୁଣ୍ଡଖୋଲ ଆଶ୍ରମରେ ପହଞ୍ଚି ସେଠାରେ ସେ ଦୀର୍ଘ ବର୍ଷ ହେବ ରହି ଆସୁଥିଲେ । ଅଭିଯୁକ୍ତ ବାବାଙ୍କ ତୃକ ଘର ଢେଙ୍କାନାଳ ଜିଲ୍ଲା ବଉଳପୁର ଗାଁରେ ବୋଲି ସୂଚନା ମିଳିଛି। ଗିରଫ ପରେ ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ଗଢି ଉଠିଥିବା ଆଶ୍ରମଟିକୁ ଖୁବଶୀଘ୍ର ଭଙ୍ଗା ଯିବ ବୋଲି ଫରେଷ୍ଟର ପ୍ରଦୀପ୍ତ ଭଞ୍ଜ ପ୍ରକାଶ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!