ନୟାଗଡ଼, (ବାଘୁଆବାର୍ତ୍ତା): ଦଶପଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା । ଆଜି ଦିନ ବେଳେ ପେଟ୍ରୋଲିଂ କରୁଥିବା ବେଳେ ଏକ କାରରୁ ଗଞ୍ଜେଇ ଜବତ କରିଛି । ଦଶପଲ୍ଲା ଜାତୀୟ ରାଜପଥ ୫୭ ଏସ.ଆର ପେଟ୍ରୋଲ ଟାଙ୍କି ଠାରେ ପୁଲିସକୁ ସନ୍ଦେହ ହେବାରୁ ଏକ କାରକୁ ଅଟକାଇଥିଲେ । ଏହି କାରରୁ ୪୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଦଶପଲ୍ଲା ଥାନା କେସ ନଂ ୨୦୫ ରେ ଏମ ମାମଲା ରୁଜ କରାଯାଇ ଓଡ଼ଗାଁ ଥାନା ଅନ୍ତର୍ଗତ ବାଦଭୁଇଁ ଗ୍ରାମର ଦାସରଥି ସାହୁ ଙ୍କ ପୁଅ ସିତୁରାମ ସାହୁ କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ନିକଟରୁ ଏକ ଓପୋ ମୋବାଇଲ, ଡ୍ରାଇଭିଂ ଲାଇସେନ୍ସ ଓ ପ୍ୟାନ କାର୍ଡ କୁ ଜବତ କରାଯାଇଛି । ଗଞ୍ଜେଇ ଚାଲାଣ ହେଉଥିବା ହୋଣ୍ଡା ଆମାଜି କାରକୁ ପୁଲିସ ସିଜ କରିଛି । ଏ ନେଇ ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୁଚନା ଦେଇଛନ୍ତି ।





