Monday, November 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲକ୍ଷ ଲକ୍ଷ ଟଙ୍କା ଠକିନେଲେ ବ୍ୟାଙ୍କ କୋଡିନେଟର୍‌ ଏଜେଣ୍ଟ

by ସଞ୍ଜୟ ସ୍ୱାଇଁ
September 19, 2022
in Crime, State
ଲକ୍ଷ ଲକ୍ଷ ଟଙ୍କା ଠକିନେଲେ ବ୍ୟାଙ୍କ କୋଡିନେଟର୍‌ ଏଜେଣ୍ଟ
75
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ଠକାମୀର ଶିକାର ହେଲେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା। ଲକ୍ଷ ଲକ୍ଷ ଟଙ୍କା ଠକିନେଲେ ବ୍ୟାଙ୍କ କୋଡିନେଟର୍‌ ଏଜେଣ୍ଟ। ଯାଜପୁର ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତରୁ ଆସିଛି ଏହିଭଳି ଅଭିଯୋଗ। ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତର ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ କାବଟବନ୍ଧ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଋଣ ଆଣିଥିଲେ। ପରେ ବ୍ୟାଙ୍କର ଜଣେ ମହିଳା କୋଡିନେଟର୍‌ ଏଜେଣ୍ଟଙ୍କ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଋଣ ପରିଶୋଧ କରି ଠକାମୀର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି। କେବଳ ସ୍ୱୟଂ ସହାୟିକା ଗୋଷ୍ଠୀ ନୁହେଁ କିଛି ଲୋକମାନେ ସେମାନଙ୍କର ବ୍ୟକ୍ତିଗତ ଟଙ୍କା ଏହି ଏଜେଣ୍ଟ ମାଧ୍ୟମରେ ଫିକ୍ସ ଡିପୋଜିଟ ରଖି ଠକାମୀର ଶିକାର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। କଲାଣ୍ଡ ଗାଁର ମାଧବାନନ୍ଦ ପଲେଇ ଏହି ମହିଳା କୋଡିନେଟର୍‌ ଏଜେଣ୍ଟଙ୍କ ମାଧ୍ୟମରେ ବ୍ୟାଙ୍କରେ ୫୦ ହଜାର ଟଙ୍କା ଫିକ୍ସ ଡିପୋଜଟ୍ କରିଥିଲେ। ତେବେ ମାଧବାନନ୍ଦ ଏହିଭଳି ଠକାମୀର ଶିକାର ହେବା ଜାଣି ତାଙ୍କ ମୁଣ୍ଡରେ ଚଡକ ପଡିଛି। ସେପଟେ ଲକ୍ଷାଧିକ ଟଙ୍କା ହଡପ କରି ବ୍ୟାଙ୍କର ମହିଳା କୋର୍ଡିନେଟର ଏଜେଣ୍ଟ କେଉଁଆଡେ ଫେରାର ହୋଇଯାଇଥିବା ନେଇ ମହିଳାମାନେ ଅଭିଯୋଗ କରିଛନ୍ତି। ଟଙ୍କା ଫେରସ୍ତ ପାଇବା ସହ ନ୍ୟାୟ ପାଇବା ପାଇଁ ମହିଳାମାନେ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏନେଇ କବାଟବନ୍ଧସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳିକା କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!