ବୌଦ୍ଧ, (ବାଘୁଆବାର୍ତ୍ତା): ଇଚ୍ଛାପୁର ଛକ ଠାରେ ଚଢ଼ାଉ କରି ୩୬ କେ.ଜି ଗଞ୍ଜାଇ ସହ ଏକ ବାଇକ୍ ଜବତ କଲା ବୌଦ୍ଧ ପୁଲିସ। ଏହା ସହ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଇଚ୍ଛାପୁର ଗ୍ରାମର ଅର୍ଜୁନ ସାହୁ (୨୬) । ବୌଦ୍ଧ ପୁଲିସ୍ ଗଞ୍ଜେଇ ଚାଲାଣ ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଇଚ୍ଛାପୁର ଛକ ଠାରେ ଜଗି ରହିଥିଲା । ଏହି ସମୟରେ ବଘିଆପଡା ଜହ୍ନାପଙ୍କ ରାସ୍ତାରେ ଅର୍ଜୁନ ଏକ (ଓଡ଼ି ୨୭ ବି ୯୧୪୩) ବାଇକ ଯୋଗେ ଆସୁଥିଲେ। ପୁଲିସ ବାଇକକୁ ଯାଞ୍ଚ୍ କରିବାରୁ ସେଥିରୁ ୩୬ କେ.ଜି ଗଞ୍ଜେଇ ମିଳିଥିଲା । ପୁଲିସ ଗଞ୍ଜେଇ ସହିତ ବାଇକକୁ ଜବତ କରି ଅର୍ଜୁନଙ୍କୁ ଗିରଫ କରିଛି ।





