Monday, November 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଇବର ଠକେଇ ରାକେଟ୍‌ର ମାଷ୍ଟରମାଇଣ୍ଡ୍ ଗିରଫ

by ସଞ୍ଜୟ ସ୍ୱାଇଁ
September 18, 2022
in Crime, State
ସାଇବର ଠକେଇ ରାକେଟ୍‌ର ମାଷ୍ଟରମାଇଣ୍ଡ୍ ଗିରଫ
67
VIEWS
Share on FacebookShare on Twitter

ଚାନ୍ଦବାଲି, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲାର ୫ଟି ଥାନା ଅଧିନରେ ସାଇବର ଠକେଇ ରାକେଟ୍ ଚଳାଉଥିବା ମାଷ୍ଟରମାଇଣ୍ଡ୍ ଗିରଫ। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ସ୍ମୃତିରଂଜନ ବିଶ୍ୱାଳ। ଚିଙ୍ଗୁଡ଼ି ଚାଷୀଙ୍କୁ ଟାର୍ଗେଟ୍ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ସ୍ମୃତିରଞ୍ଜନ ଓ ତାଙ୍କର ସହଯୋଗୀ। ସୂଚନାନୁଯାୟୀ, କିଛିଦିନ ତଳେ ଭଦ୍ରକ ଜିଲ୍ଲାରେ ଚିଙ୍ଗୁଡ଼ି ଖାଦ୍ୟ କମ୍ ଦାମରେ ଦେବା ପାଇଁ ଚିଙ୍ଗୁଡ଼ି ଚାଷୀଙ୍କ ଫୋନ ନମ୍ବର ନେଇ ଯୋଗାଯୋଗ କରଥିଲେ ମାଷ୍ଟରମାଇଣ୍ଡ୍ ଠକ ଓ ତାଙ୍କର ସହଯୋଗୀ । ଚିଙ୍ଗୁଡ଼ି ଚାଷୀଙ୍କୁ ଡ଼ାକି ଗାଡ଼ିରେ ଖାଦ୍ୟ ଲୋଡ କରିବା ପରେ ଟଙ୍କା ଏକ ନିର୍ଦ୍ଧିଷ୍ଟ ନମ୍ବରରେ ଜମା କରିବା ପାଇଁ ମଧ୍ୟ କହିଥାନ୍ତି । ତେବେ ଗ୍ରାହକମାନେ ଟଙ୍କା ଜମା କରିବା ପରେ ମୋବାଇଲ ସୁଇଚ ଅଫ କରିବା ସହ ଗାଡ଼ିରୁ ଖାଦ୍ୟ ଅନଲୋଡ କରି ନିଅନ୍ତି ଠକମାନେ। ଏମିତି କରି ଭଦ୍ରକ ଜିଲ୍ଲାରେ ୫ଟି ଥାନା ଅଧୀନରେ ବହୁ ଚିଙ୍ଗୁଡ଼ି ଚାଷୀଙ୍କୁ ଠକି ଚାଲିଥିଲେ । ଏଥିନେଇ ଚିଙ୍ଗୁଡ଼ି ଚାଷୀ ହରିହର ଜେନା ୧ ଲକ୍ଷ ୯ ହଜାର ଟଙ୍କାର ଠକେଇରେ ଶିକାର ହେବା ପରେ ଧାମରା ମେରାଇନ ଥାନାରେ ଅଭିଯୋଗ କରିଥିଲେ। ସେହିପରି ଚାଷୀ ଅମୂଲ୍ୟ ସାହୁ ୧ ଲକ୍ଷ ୫୭ ହଜାର ଟଙ୍କା ଠକେଇରେ ଶିକାର ହୋଇ ଧାମରା ଥାନାରେ ଅଭିଯୋଗ କରିଥିଲେ । ଚାନ୍ଦବାଲି ପୋଲିସ ଉପଖଣ୍ଡ ଆରକ୍ଷୀଙ୍କ ନିର୍ଦ୍ଦେଶରେ ଏହି କାରବାରରେ ସହଯୋଗୀ ମଙ୍ଗରାଜ ଦାସଙ୍କୁ ପୂର୍ବରୁ ହତ୍ୟା ଅଭିଯୋଗ ଏବେ ଠକେଇ ଅଭିଯୋଗରେ ଗିରଫ କରାଯିବା ସହ ମାଷ୍ଟରମାଇଣ୍ଡ୍ ସ୍ମୃତିରଂଜନ ବିଶ୍ୱାଳଙ୍କୁ ପୋଲିସ ଗରିଫ କରି କୋର୍ଟ ଚାଲଣ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!