ଜଟଣୀ, (ବାଘୁଆବାର୍ତ୍ତା): ଜଟଣୀ ଥାନା ମିଲ୍ ପୋଖରୀ ନିକଟରୁ ଜନୈକ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଗଜପତି ନଗର ଅଞ୍ଚଳର ଜି.ଇଶ୍ବର ରାଓ । ସେ ଗତ ୩ଦିନ ହେବ ନିଖୋଜ ଥିବା ନେଇ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । ପରକିୟା ପ୍ରୀତୀରୁ ହତ୍ୟା ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ଜଟଣୀ ସୀତାରାମ ଛକଠାରେ ଏକ ସେଲୁନ କରିଥିଲେ । ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ଜୋନ ୩ଏସପି, ଜଟଣୀ ଆଇଆଇସି ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।





