Monday, November 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଲରାପତରିଆ ବାଘ ମୃତ୍ୟୁ ଘଟଣାକୁ ନେଇ ବନ୍ଧା ହେଲେଣି ୬, ନଖ, ଦାନ୍ତ ଓ ପାଦ ଜବତ

by ସଞ୍ଜୟ ସ୍ୱାଇଁ
September 17, 2022
in Crime, State
କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ୨ ଗିରଫ
23
VIEWS
Share on FacebookShare on Twitter

ସୁବର୍ଣ୍ଣପୁର, (ବାଘୁଆବାର୍ତ୍ତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର ବାଘପାଲି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ଗିରଫଦାରୀ ସଂଖ୍ୟା ୬ରେ ପହଞ୍ଚିଛି। ଏହାବାଦ ଏହି ଘଟଣାରେ ସମ୍ପୃକ୍ତ ଆହୁରି ୬ ଜଣ ଏବେବି ରାଜ୍ୟ ବାହାରକୁ ଫେରାର ହୋଇ ଯାଇଥିବାରୁ ସେମାନଙ୍କୁ ଗିରଫ କରାଯାଇପାରିନି। ଗିରଫ ଅଭିଯୁକ୍ତଙ୍କଠାରୁ ମୃତ ବାଘର ନଖ, ଦାନ୍ତ ଓ ପାଦ ଜବତ ହୋଇଛି। ହେଲେ ସବୁ ନଖ ଏ ଯାଏ ଜବତ ହୋଇ ନ ଥିବାରୁ ବନ ବିଭାଗ ପକ୍ଷରୁ ତନାଘନା ଜାରି ରହିଛି। ଏପରିକି ଏହା ପଛରେ ଏକ ବଡ଼ ରାକେଟ କାମ କରୁଥିବା ଜଣାଯାଇଛି। ଗତ ୧୩ ତାରିଖରେ ବାଘପାଲି ଜଙ୍ଗଲରେ ଗୋଟିଏ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନ ବିଭାଗ ପକ୍ଷରୁ ବାଘର ମୃତଦେହ ଜବତ ସହ ତଦନ୍ତ ଆରମ୍ଭ ହୋଇଥିଲା । ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରି ସାରିଛି ବନ ବିଭାଗ । ମିଳିଥିବା ସୂଚନା ଅନୁସାରେ, ବାରହା ମାରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଘଟିର ମୃତ୍ୟୁ ହୋଇଯାଇଥିଲା । ଏହାପରେ ଶିକାରୀମାନେ ବାଘର ନଖ କାଟି ଫେରାର ହୋଇ ଯାଇଥିଲେ। ଏହି ଘଟଣାର ତଦନ୍ତ କରି ବନ ବିଭାଗ ବାଘପାଲି ଦୟା ମଠର ମଠାଧିସ ଦୟାସାଗର ଥାଟ୍ଟିଙ୍କ ସମେତ କୋଟସମଲାଇ ଗାଁର ସୁରେନ୍ଦ୍ର ପଧାନ,ବିଜୟ ଗରୁ, ନାକଡେଇଁ ଗାଁର ରାମଚନ୍ଦ୍ର ପୁରୋହିତ,ବାଘପାଲି ଗାଁର ପୁରେନ୍ଦ୍ର ଥାଟ୍ଟି ଏବଂ ସୋନପୁର ପଟାଭାଡିର ସତ୍ୟନାରାୟଣ ମେହେରଙ୍କୁ ଗିରଫ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିବ ବନ ବିଭାଗ । ଗିରଫ ୬ ଜଣଙ୍କଠାରୁ ମୃତ ବାଘର ନଖ, ଦାନ୍ତ ଏବଂ ୪ଗୋଟି ପାଦ ମିଳିଥିବା ଜଣାପଡିଛି । ଏପର୍ୟ୍ୟନ୍ତ ମୃତ ବାଘର ସବୁ ନଖ ମିଳି ପାରି ନାହିଁ। ଏହି ଘଟଣାରେ ଜଡିତ ଅନ୍ୟ ୬ ଅଭିଯୁକ୍ତ ଏବେବି ରାଜ୍ୟ ବାହାରକୁ ଫେରାର ମାରିଥିବାରୁ ବନ ବିଭାଗ ସେମାନଙ୍କୁ ଗିରଫ କରିପାରିନଥିବା ଜଣାଯାଇଛି । ଏନେଇ ବନ ବିଭାଗ ପକ୍ଷରୁ କୌଣସି ମତାମତ ମିଳିନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!