ବୌଦ୍ଧ, (ବାଘୁଆବାର୍ତ୍ତା): ଢାବାରୁ ୧୧୩ ଲିଟର ବିଦେଶୀ ମଦ ଜବତ। ବୌଦ୍ଧ ଜିଲ୍ଲା ବାଉଁଶୁଣୀ ପୋଲିସ ପକ୍ଷରୁ ଏକ ଢାବାରେ ଚଢାଉ କରାଯାଇ ବିଦେଶୀ ମଦ ଜବତ କରାଯାଇଛି। ଏହି ମାମଲାରେ ପୋଲିସ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି। ସୂଚନାନୁଯାୟୀ, ଭାରପ୍ରାପ୍ତ ଥାନା ଅଧିକାରୀ ସସ୍ମିତା ମଗରଙ୍କ ନେତୃତ୍ୱରେ ଏକ ଟିମ୍ ବାଉଁଶୁଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରାସ୍ତାରେ ଥିବା ଯୋଦ୍ଧା ଢାବାରେ ଚଢାଉ କରିଥିଲେ। ଚଢାଉ ବେଳେ ହୋଟେଲ୍ ଭିତରୁ ବିଭିନ୍ନ ବ୍ରାଣ୍ଡର ୧୧୩ ଲିଟର ବିଦେଶୀ ମଦ ଜବତ ହୋଇଛି। ଏନେଇ ବାଉଁଶୁଣୀ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ବରୁଣ ସାହୁ।





