ଲମତାପୁଟ, (ବାଘୁଆବାର୍ତ୍ତା): ୨୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା କୋରାପୁଟ ଲମତାପୁଟ ପୋଲିସ। ନନ୍ଦପୁର SDPOଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ବଡକିଚୋବ ନଦୀଘାଟରୁ ଏକ କାର୍ ସହ ବିପୁଳ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଏହି ଗଞ୍ଜେଇ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଡଙ୍ଗା ସାହାଯ୍ୟରେ ନଦୀ ପାର କରି ନିଆଯାଇଥିଲା। ପୋଲିସ ଘାଟରେ ପହଞ୍ଚିବା ପୂର୍ବରୁ ଦ୍ରୁତ ଗତିରେ ଆସୁଥିବା କାରକୁ ଅଟକାଇ ଥିଲା । ପୋଲିସକୁ ଦେଖି କାର ଛାଡ଼ି ଚମ୍ପଟ୍ ମାରିଥିଲା କାର ଡ୍ରାଇଭର ତଥା ଗଞ୍ଜେଇ ମାଫିଆ। ତେବେ କାରରୁ ୯ଟି ବସ୍ତାରେ ୨୧୯କେ.ଜି ଗଞ୍ଜେଇ ଜବତ କରିଛି ପୋଲିସ । ଏହାର ମୂଲ୍ୟ ୨୨ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ମାଛକୁଣ୍ଡ ପୋଲିସ ଚଳିତ ବର୍ଷ ଜାନୁଆରୀ ମାସ ଠାରୁ ଆଜି ପର୍ୟ୍ୟନ୍ତ ୨୧ଟି ଗଞ୍ଜେଇ ଚୋରା ଚାଲଣ ମାମଲା ରୁଜୁ କରିଥିବା ବେଳେ ୪୦ଜଣଙ୍କୁ ଗିରଫ କରିଛି । ୧୧ ଟନରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରିଛି । ଚୋରା ଚାଲଣରେ ବ୍ୟବହାର ହୋଇଥିବା ୧୫ ଗାଡି ମଧ୍ୟ ଜବତ କରିଛି ମାଛକୁଣ୍ଡ ପୋଲିସ।





