Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଥାନା ଭିତରେ ପଶି ପୋଲିସକୁ ମାଡ ଓ ଭଙ୍ଗାରୁଜା ଘଟଣାରେ ୭ ଜଣ ଗିରଫ

by ସଞ୍ଜୟ ସ୍ୱାଇଁ
September 15, 2022
in Crime, State
ଥାନା ଭିତରେ ପଶି ପୋଲିସକୁ ମାଡ ଓ ଭଙ୍ଗାରୁଜା ଘଟଣାରେ ୭ ଜଣ ଗିରଫ
36
VIEWS
Share on FacebookShare on Twitter

ମୋହନା, (ବାଘୁଆବାର୍ତ୍ତା): ଗଜପତି ଜିଲ୍ଲା ଅଡବା ଥାନା ଭିତରେ ପଶି ପୋଲିସକୁ ମାଡ ଓ ଭଙ୍ଗାରୁଜା ଘଟଣାରେ ସଂପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୨ ଜଣ ମହିଳା ଥିବା ଗଜପତି ଏସ୍‌ପି ଜୟରାମ ଶତପଥୀ କହିଛନ୍ତି । ସେମାନେ ହେଲେ ସୁନିଏଲ ମଣ୍ଡଳ, ପରୀ ଭୂୟାଁ, ରେଙ୍ଗି ରଇତ, ଦାନିଏଲ୍ ଭୂୟାଁ, ଲାଯାର ରଇତ, ରେମ୍ବେକା ଜାନୀ ଓ ଜୟାନ ରାଇକା । ସେମାନଙ୍କ ବିରୋଧରେ ଥାନା ଉପରେ ଆତର୍କିତ ଆକ୍ରମଣ, ପୋଲିସକୁ ମାଡ ଓ ସରକାରୀ ଜିନିଷ ନଷ୍ଟ ଭଳି ସଙ୍ଗୀନ ମାମଲା ରୁଜୁ ହୋଇଛି । ଏହି ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ ଚାଲିଛି । ଘଟଣା ଦିନର ଭିଡିଓ ଫୁଟେଜ, ସିସିଟିଭି ଯାଞ୍ଚ୍ ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି । ଗତ ସୋମବାର ଅଡବା ଥାନା ପୋଲିସ ଝରଣପୁର ଗାଁରେ ଚଢ଼ାଉ କରି ୨୦୭ କେଜି ଗଞ୍ଜେଇ ଜବତ କରିବା ସହ ବିଶ୍ଵନାଥ ଭୂୟାଁ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା । ତେବେ ପୋଲିସ ମିଥ୍ୟା ମାମଲା ରୁଜୁ କରିଥିବା ଅଭିଯୋଗ କରି ମଙ୍ଗଳବାର ଶତାଧିକ ଅଞ୍ଚଳବାସୀ ଅଡବା ଥାନା ଘେରାଉ କରିବା ସହ ଥାନା ଭିତରେ ପଶି ପୋଲିସକୁ ପିଟିଥିଲେ । ଏଥିସହ ଥାନା ଭଙ୍ଗାରୁଜା ମଧ୍ୟ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!