ଉମରକୋଟ, (ବାଘୁଆବାର୍ତ୍ତା): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଗୁଳିମାଡ଼ ହୋଇଛି । ରାଇଘର ଠାରୁ ସୋନପୁର ରାସ୍ତାରେ ଜଣେ ଯୁବକଙ୍କୁ ଗୁଳି କରଯାଇଛି । ଯୁବକଙ୍କ ପରିଚୟ ମିଳିନାହିଁ । ଯୁବକ ବାଇକ୍ରେ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇଘର ପୋଲିସ ତାଙ୍କୁ ଉଦ୍ଧାର କରି ରାଇଘର ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ବେଳେ ଯୁବକଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି ।





