Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ୨ ଗିରଫ

by ସଞ୍ଜୟ ସ୍ୱାଇଁ
September 15, 2022
in Crime, State
କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ୨ ଗିରଫ
89
VIEWS
Share on FacebookShare on Twitter

ସୁବର୍ଣ୍ଣପୁର, (ବାଘୁଆବାର୍ତ୍ତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର ବାଘପାଲି ସଂରକ୍ଷିତ ଜଙ୍ଗଲରୁ ଏକ କଲରାପତରିଆ ବାଘ ମୃତଦେହ ଉଦ୍ଧାର ଘଟଣାରେ ୨ଜଣଙ୍କୁ ଗିରଫ କରିଛି ବନବିଭାଗ । ତେବେ ବାଘଟିର ମୃତଦେହରୁ ନଖ ଗାଏବ ହୋଇଯାଇଥିବାରୁ ଏବେ ତାହାକୁ ଖୋଜୁଛି ବନ ବିଭାଗ ଟିମ୍‌। ଗତ ୧୩ ତାରିଖରେ ବାଘପାଲି ସଂରକ୍ଷିତ ଜଙ୍ଗଲରେ ଏକ କଲରା ପତରିଆର ଗଳିତ ମୃତଦେହକୁ ଦେଖିଥିଲେ ସ୍ଥାନୀୟ ଲୋକେ । ଏନେଇ ଉଲୁଣ୍ଡା ବନବିଭାଗର ଅଧିକାରୀ ଖବରପାଇ ବାଘଟିର ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ଘଟଣାରେ କୋଟସମଲାଇ ଗାଁର ୨ ଜଣ ସମ୍ପୃକ୍ତ ଥିବା ସନ୍ଦେହ କରି ସେମାନଙ୍କୁ ଗତକାଲି ଅଟକ ରଖିଥିଲା ବନବିଭାଗ । ପଚରାଉଚରା ପରେ ଆଜି ସେମାନଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ବନ ବିଭାଗ ସୂଚନା ଅନୁଯାୟୀ, ବାରହା ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଇଥିଲେ ଅଭିଯୁକ୍ତ। ମାତ୍ର ସେଥିରେ ପଡ଼ି ବାଘଟିର ମୃତ୍ୟୁ ହେବାରୁ ତା’ ନାଖ କାଟିନେଇଗଲେ ଉଭୟ ଅଭିଯୁକ୍ତ। ସେମାନେ ଉକ୍ତ ନଖ କେଉଁଠି, କାହାକୁ ଓ କେତେ ଟଙ୍କାରେ ବିକ୍ରି ରହିଛନ୍ତି, ଏହା ପଛରେ ରାକେଟ ସକ୍ରିୟ ଅଛି କି ବୋଲି ସନ୍ଦେହ କରି ଘଟଣାର ତଦନ୍ତ କରୁଛି ବନ ବିଭାଗ । ତେଣୁ ଗିରଫ ୨ ଅଭିଯୁକ୍ତଙ୍କ ପରିଚୟ ଗୋପନ ରଖାଯାଇଥିବା ବନ ବିଭାଗ ଅଧିକାରୀ କହିଛନ୍ତି। କେବଳ ଏହି ଘଟଣା ନୁହେଁ ପର୍ବରୁ ମଧ୍ୟ ଏହି ଅଂଚଳରୁ ଗୋଟିଏ ଦନ୍ତାକୁ ହତ୍ୟାକରି ଦାନ୍ତ ଚୋରୀ କରିଥିଲେ ଶିକାରୀ । ସେହିଭଳି ଏହି ସ୍ଥାନରେ ଗତବର୍ଷ ବାରହା ପାଇଁ ଶିକାରୀ ବିଛାଇ ଥିବା ବିଦ୍ୟୁତ୍‌ ତାରରେ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!