ଦେବଗଡ଼, (ବାଘୁଆବାର୍ତ୍ତା): ହନୁମାନ ପଇସା କାରବାର ଅଭିଯୋଗରେ ଜଣେ ଗିରଫ। କତ୍ରାପାଲି ଛକ ନିକଟରେ ଜଣେ ବ୍ୟକ୍ତି ହନୁମାନ ପଇସା କାରବାର କରୁଥିବା ଖବର ପାଇ ଦେବଗଡ଼ ସ୍ପେଶିଆଲ ସ୍କ୍ଵାର୍ଡ ପୁଲିସ ଓ ରିଆମାଳ ଥାନା ପୁଲିସ ଗ୍ରାହକ ବେଶରେ ପହଞ୍ଚି ଚଢାଉ କରିଥିଲା। ଚଢାଉ ବେଳେ ୨ଟି ହନୁମାନ ପଇସା ଜବତ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ରିଆମାଳ ଥାନା ହରିହରପୁର ଅଞ୍ଚଳର ଯୋଗୀନ୍ଦ୍ର ନାଗ। ରିଆମାଳ ଥାନା ପୁଲିସ ଏକ ମାମଲା ରୁଜୁ କରି ଯୋଗୀନ୍ଦ୍ର ନାଗକୁ ଅଟକ ରଖିଛି। ଏହା ସହ ଏହି କାରବାରରେ କାହାର ସମ୍ପୃକ୍ତି ରହିଛି ସେନେଇ ଖୋଳତାଡ଼ କରୁଛି।





