Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଟରା ମାଂସ, ବଣଭୁଆ କଟା ମୁଣ୍ଡ ଜବତ

by ସଞ୍ଜୟ ସ୍ୱାଇଁ
September 14, 2022
in Crime, Nayagarh, State
କୋଟରା ମାଂସ, ବଣଭୁଆ କଟା ମୁଣ୍ଡ ଜବତ
555
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବନାଞ୍ଚଳ ଅନ୍ତର୍ଗତ ଖେଡପଡ଼ା ବିଟ୍ ହାଉସ ଅଞ୍ଚଳରୁ ଅଢେଇ କିଲୋ କୋଟରା ମାଂସ, ବଣଭୁଆର କଟାମୁଣ୍ଡ, ଛାଲ ଜବତ କରିବା ସହ ଜଣେ ଶିକାରୀକୁ କୋର୍ଟ ଚାଲାଣ କରାଯାଇଛି । କୋର୍ଟ ଚାଲାଣ ହୋଇଥିବା ଶିକାରୀ ଜଣଙ୍କ ହେଲେ କଣ୍ଟାବଣିଆ ଗାଁର ଲକ୍ଷ୍ମୀଧର ଜେନା(୨୧) । ସୂଚନାନୁସାରେ, ଖେଡପଡ଼ା ବିଟ୍ ହାଉସ୍ ଅନ୍ତର୍ଗତ କଣ୍ଟାବଣିଆ ଗାଁର ଋଷି ଜେନାଙ୍କ ପୁଅ ଲକ୍ଷ୍ମୀଧର ଜେନା ବିଭିନ୍ନ ସମୟରେ ବନ୍ୟପ୍ରାଣୀ ଶିକାର କରୁଥିବା ନେଇ ଅଭିଯୋଗ ହୋଇଥିଲା । ପୂର୍ବରୁ ଏନେଇ ବନାପାଳିକାଙ୍କ ପକ୍ଷରୁ ଚଢାଉ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ବିଶେଷ ସୁତ୍ରରୁ ଖବର ପାଇବା ପରେ ସୋମବାର ରାତିରେ ବନାପାଳିକା ସୁମିତ୍ରା ମିଶ୍ରଙ୍କ ତତ୍ୱବଧାନରରେ ଏକ ଟିମ୍ ଲକ୍ଷ୍ମୀଧରଙ୍କ ଘରେ ଚଢାଉ କରିଥିଲେ । ଚଢାଉ ସମୟରେ ଲକ୍ଷ୍ମୀଧରଙ୍କ ଘରୁ ଅଢେଇ କିଲୋ କୋଟରା ମାଂସ ଜବତ କରିବା ସହ ଶିକାରୀ ଲକ୍ଷ୍ମୀଧରକୁ ଅଟକ ରଖି ପଚରାଉଚୁରା କରିଥିଲେ । ତଦନ୍ତ ବେଳେ ସବୁ ସତ ସତ ମାନିଯାଇଥିଲା ଲକ୍ଷ୍ମୀଧର । ତେବେ ମୁଣ୍ଡ ଓ ଛାଲ ପୋତିଥିବା ସ୍ଥାନକୁ ନେଇଥିଲା ଲକ୍ଷ୍ମୀଧର । ଏକ ନାଳ ନିକଟରୁ ପୋତାଯାଇଥିବା କଟାମୁଣ୍ଡ ଓ ଛାଲ ଉଦ୍ଧାର କରିଥିଲେ ବନ କର୍ମଚାରୀ । ତେବେ ଉକ୍ତ ଛାଲ ଓ ମୁଣ୍ଡ ବଣଭୁଆର ବୋଲି ଜଣାପଡିଛି । ତେବେ ଏନେଇ ନୟାଗଡ଼ ବନାଞ୍ଚଳ କାର୍ୟ୍ୟାଳୟରେ ଏକ ମାମଲା ରୁଜୁ କରାଯାଇ ଶିକାରୀ ଲକ୍ଷ୍ମୀଧରକୁ ଗିରଫ୍ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ନୟାଗଡ଼ ବନ ବିଭାଗ ଅଧିକାରିଣୀ କ୍ଷମା ଷଡ଼ଙ୍ଗି ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!