ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରେଗିଡି ଠାରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦୁର୍ବୁତ୍ତଙ୍କ ଖଣ୍ଡା ଚୋଟରେ ପୂର୍ଣ୍ଣ ଚନ୍ଦ୍ର ନାହାକ ନାମକ ଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ପୂର୍ଣ୍ଣଚନ୍ଦ୍ରଙ୍କୁ ୬ ଜଣ ଯୁବକ ବାଇକରେ ଆସି ହାଣି ପକାଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ସଦର ଏସ୍ଡିପିଓ ଏବଂ ସଦର ଥାନା ଆଇଆଇସି ପହଂଚି ଛାନଭିନ କରୁଛନ୍ତି ।





