ବାଲେଶ୍ଵର, (ବାଘୁଆବାର୍ତ୍ତା): ବାଲେଶ୍ଵର ବିର୍ଲାଟାୟାର ନିକଟରେ ଥିବା ଏକ ସରକାରୀ ମଦ ଦୋକାନ ନିକଟରୁ ବିପୁଳ ପରିମାଣରେ ନକଲି ମଦ ଜବତ। ୨ ବିହାରୀ ଯୁବକଙ୍କୁ ଗିରଫ କଲା କଟକ ଅବକାରୀ ବିଭାଗ। ତେବେ ସରକାରୀ ମଦ ଦୋକାନକୁ ବଞ୍ଚାଇବାକୁ ଯାଇ ଅବକାରୀ ବିଭାଗ ଚଞ୍ଚକତା କରିଥିବା ଅଭିଯୋଗ ହେଉଛି । ଗିରଫ ହୋଇଥିବା ଦୁଇ ବିହାରୀ ଯୁବକ ଏଠାରେ କଣ କରୁଥିଲେ ? ସେମାନେ କେଉଁ ମଦ ଦୋକାନ ଚଳାଉଥିଲେ ? ଏସବୁ ଦିଗରେ ପୋଲିସ ଖୋଳତାଡ଼ କରୁନଥିବା ଅଭିଯୋଗ ହେଉଛି। ଏହି ଚୋରା ମଦର ଚେର କେବଳ ବାଲେଶ୍ଵର ଜିଲ୍ଲାରେ ସୀମିତ, ନା ବ୍ରାଉନସୁଗର ଭଳି ସାରା ରାଜ୍ୟରେ ବ୍ୟାପିଛି ? ବାଲେଶ୍ଵର ଅବକାରୀ ବିଭାଗର ଅଧିକାରୀଙ୍କ ପାରିଆପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।





