ରାଉରକେଲା, (ବାଘୁଆବାର୍ତ୍ତା): ୧୦ ଲକ୍ଷ ଟଙ୍କାର ଧଳାଜହର ଜବତ। ସୁନ୍ଦରଗଡ଼ ଜିଲ୍ଲା ନାଲାରୋଡ ଅଞ୍ଚଳରୁ ଧଳାଜହର ଜବତ କଲା ପ୍ଲାଣ୍ଟସାଇଟ୍ ପୋଲିସ ପୋଲିସ। ଏହା ସହିତ ଗୋଟିଏ କାର ଏବଂ ବାଇକ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଏହି ୫ ଅଭିଯୁକ୍ତ ଧଳାଜହର କାରବାରର ମାଷ୍ଟରମାଇଣ୍ଡ ହୋଇଥିବା ଜଣାପଡ଼ିଛି। ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚୁରା କରୁଛି।





