ରାଉରକେଲା, (ବାଘୁଆବାର୍ତ୍ତା): ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ। ରାଉରକେଲା ସେକ୍ଟର ୧୭ରୁ ବିପୁଳ ପରମାଣରେ ନକଲି ନୋଟ୍ ଜବତ ହୋଇଛି। ଏହା ସହ ଘଟଣାସ୍ଥଳରୁ ଏକ ଲାପଟପ୍, ଗୋଟିଏ କଲର ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ଜଣେ ଆନ୍ତଃରାଜ୍ୟ ଅପରାଧୀକୁ ଗିରଫ କରିଛି ଏସଟିଏଫ୍। ସୂଚନାନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ଦିଲ୍ଲୀ ବଦରପୁର ଥାନା ଅନ୍ତର୍ଗତ ମୋଲାରବନ୍ଦ ଅଞ୍ଚଳର ଏସକେ ଅହମ୍ମଦ। ସେ ଏବେ ରାଉରକେଲା ସେକ୍ଟର ୧୭ରେ ରହୁଥିଲା। ପ୍ରକାଶ ଥାଉକି, ଏହା ପୂର୍ବରୁ ଜୁଲାଇ ମାସରେ ୨୯ ଲକ୍ଷ ୪୧ ହଜାର ନକଲି ନୋଟ୍ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ୍।





