ବଲାଙ୍ଗୀର, (ବାଘୁଆବାର୍ତ୍ତା): ଟାଉନଥାନା ଅନ୍ତର୍ଗତ ସାଗର କଲୋନୀର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ଭଡା ରହିବାକୁ ଆସି ଯୁବତୀଙ୍କ ସହ ତାଙ୍କର ପୁରୁଷବନ୍ଧୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ତରଭା ଅଞ୍ଚଳର ସମ୍ପୃକ୍ତା ଯୁବତୀ ମୃଦୁ ପାନୀୟରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଶା ଦେଇ ଅଶ୍ଳୀଳ ଫଟୋ ଓ ଭିଡିଓ କରି ବ୍ଳାକମେଲ କରୁଥିଲେ। ଏହି ଘଟଣା ପରେ ଅବସରପ୍ରାପ୍ତ ଶିକ୍ଷକ ଜଣକ ମାନସିକ ଚାପରେ ରହିଥିବା ପରିବାର ଲୋକେ ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପରେ ଟାଉନ ପୁଲିସ ଏହି ଘଟଣାରେ ସୁବର୍ଣ୍ଣପୁର ଜିଲା ତରଭା ଅଞ୍ଚଳର ଜଣେ ଯୁବତୀ ଓ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପୁଲିସ ଅଭିଯୁକ୍ତା ଓ ପୀଡ଼ିତ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ମେଡିକାଲ ପରୀକ୍ଷା କ କରିଛନ୍ତି। ପରେ ପୋଲିସ ଅଭିଯୁକ୍ତା ଲଳିତା ବାରିକ ଓ ବିଶାମିତ୍ର ନାୟକଙ୍କୁ ଗିରଫ କରିଛି। ଟାଉନ ଥାନାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ତୋଫାନ ବାଗ ଏହି ସୂଚନା ଦେଇଛନ୍ତି।





