ଆଠମଲିକ୍, (ବାଘୁଆବାର୍ତ୍ତା): ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଛାତ୍ରୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଆଠମଲ୍ଲିକ ହଣ୍ଡପା ଥାନା ଅନ୍ତର୍ଗତ ବଡହୁଲା ଗ୍ରାମରେ । ପୋଖରୀରେ ବହୁ ଖୋଜା ଖୋଜି ପରେ ମୃତଦେହ ଉଦ୍ଧାର କରାଯାଇଛି।ଘଟଣା କୁ ନେଇ ଗାଁରେ ଏକ ଶୋକର ଛାୟା ଖୋଳି ଯାଇଛି । ସୂଚନା ମୁତାବିକ, ଆଠମଲିକ ବଡହୁଲା ଗ୍ରାମର ଗଗନ ପ୍ରଧାନଙ୍କର ୧୩ ବର୍ଷୀୟା ଅଷ୍ଟମ ଶ୍ରେଣୀ ଛାତ୍ରୀ ଅର୍ଚ୍ଚନା ପ୍ରଧାନ ତାଙ୍କ ଗାଁ ପୋଖରୀକୁ ଗାଁ ଗାଧୋଇବାକୁ ଯାଇଥିଲା । ଗାଧୋଇବା ସମୟରେ ଗୋଡ଼ ଖସିଯିବାର ପୋଖରୀରେ ବୁଡ଼ି ଯାଇଥିଲେ। ବୁଡ଼ମାରିବାର କିଛି ସମୟ ପରେ ବି ପୋଖରୀରୁ ନ ବାହାରିବା ପରେ ଗାଁ ଲୋକ ପୋଖରୀରେ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ଅର୍ଚ୍ଚନା ମୃତ ଶରୀର ପାଇଥିଲେ।





