Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛାତ୍ରୀ ଆତ୍ମହତ୍ୟା ମାମଲାରେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ଗଲା ମୁଖ୍ୟ ଅଭିଯୁକ୍ତ

by ସଞ୍ଜୟ ସ୍ୱାଇଁ
September 9, 2022
in Crime, State
ଛାତ୍ରୀ ଆତ୍ମହତ୍ୟା ମାମଲାରେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ଗଲା ମୁଖ୍ୟ ଅଭିଯୁକ୍ତ
30
VIEWS
Share on FacebookShare on Twitter

ନିଶ୍ଚିନ୍ତକୋଇଲି, (ବାଘୁଆବାର୍ତ୍ତା): ନିଶ୍ଚିନ୍ତକୋଇଲି ବ୍ଳକ ଅସୁରେଶ୍ୱର କୁଳଗାଁଇଶାଳୋ ଗ୍ରାମର କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଅଣସରପୁର ଗ୍ରାମର ସେକ୍‌ ଅହମ୍ମଦ ୟାସିକଙ୍କ ପୁଅ ସେକ୍‌ ହରସନ୍‌ (୨୨) । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବାର ଜଣାଯାଇଛି । ଅସୁରେଶ୍ୱର ପଂଚାୟତ କୁଳଗାଁଇଶାଳୋ ଗ୍ରାମର ମନୋରଞ୍ଜନ ଦାଶଙ୍କ କନ୍ୟା ମନିଷା ଦାଶ(୧୭) ସ୍ଥାନୀୟ କଲେଜରେ ଅଧ୍ୟୟନ କରୁଥିଲେ । ମନୀଷାଙ୍କ ବାପା ଅନ୍ୟତ୍ର ଚାକିରି କରୁଥିଲା ବେଳେ ତାଙ୍କର ବଡ଼ ଭାଇ ଭୁବନେଶ୍ୱରରେ ରହୁଛନ୍ତି । ଘରେ ମନୀଷା ନିଜର ମାଆ ଡଲିବାଳାଙ୍କ ସହ ରହୁଥିଲେ । ତେବେ ଗତ ଅଗଷ୍ଟ ୩୦ ତାରିଖ ସନ୍ଧ୍ୟାରେ ପରିବାର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ମନୀଷା ନିଜର ବେକରେ ରଶି ଲଗାଇ ଦେଇ ଆତ୍ମହତ୍ୟା କରିଥିଲେ । ଗାଁ ଲୋକେ ମନୀଷାକୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମନିଷାଙ୍କ ଆତ୍ମହତ୍ୟାର କରିବାର ୮ ଦିନ ପରେ ତାଙ୍କ ମାଆ ଡଲିବାଳା ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ଡଲିବାଳାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅଙ୍କ ସହପାଠୀ ସେକ ହରସନ, ପୂର୍ଣ୍ଣିମା ଷଢଙ୍ଗୀ, ଶୁଭଶ୍ରୀ ସାହା, ସନ୍ଧ୍ୟାରାଣୀ ଲେଙ୍କା ପ୍ରମୁଖ ଯୋଜନାବଦ୍ଧ ଭାବେ ବ୍ଲାକମେଲିଂ କରି ପରୋକ୍ଷରେ ଆତ୍ମହତ୍ୟା କରିବା ନିମନ୍ତେ ବାଧ୍ୟ କରିଥିଲେ । ଏସମ୍ପର୍କରେ ଗତକାଲି ଡଲିବାଳା ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଜି ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଚିନ୍ମୟୀ ସାହୁଙ୍କ ନେତୃତ୍ୱରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଳିସ ମାମଲା (୧୫୦/୨୦୨୨) ରୁଜୁ କରିବା ସହ ଗତକାଲି ରାତିରେ ଘଟଣାର ମୁଖ୍ୟ ଅଭିଯୁକ୍ତ ସେକ ହରସନକୁ ଉଠାଇ ଆଣିଥିଲା । ପୁଲିସ ଆଜି ସେକ ହରସନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!