ଚନ୍ଦାହାଣ୍ଡି, (ବାଘୁଆବାର୍ତ୍ତା): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନ ବେହେରାମୁଣ୍ଡା ମୁସଲିମ ସାହିର ନଜିମ ଖାନ (୪୦) ନାମକ ଜଣେ ଯୁବକ ନିଜ ସ୍ତ୍ରୀ ଅସିମା ବାନୋକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଗ୍ରାମ ନିକଟସ୍ଥ ଏକ ପୋଖରୀକୁ ଡେଇଁ ଆତ୍ମହତ୍ୟା କରିଛି । ଘରୋଇ କଳିକୁ କେନ୍ଦ୍ର କରି ଏହି ଅଘଟଣ ଘଟିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି । ଗଣମାଧ୍ୟମ ସାମ୍ନାରେ ଏନେଇ ପୋଲିସ କୌଣସି ସୂଚନା ଦେଇନାହିଁ । ସୂଚନା ଅନୁସାରେ ନଜିମ ଖାନ୍ ଗ୍ରାମରେ ଏକ କିରାନା ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି । ସ୍ତ୍ରୀ ଅସିନା ବାନୋଙ୍କ ସହ ଗୁରୁବାର ଦିନ ସକାଳ ୫ ଟା ସମୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା । ଏହା ଏତେ ଉଗ୍ର ରୂପ ନେଇ ଥିଲା ଜେ ନାଜିମ ଏକ ଛୁରୀରେ ଅସିନା ବାନୋକୁ ଛାତିରେ ଆକ୍ରମଣ କରିଥିଲା । ଏଥିରେ ପ୍ରଚୁର ରକ୍ତ ସ୍ରାବ ହେବା ସହ ପତ୍ନୀ ଗୁରୁତର ହୋଇ ପଡ଼ିଥିଲେ । ସ୍ୱାମୀ ସ୍ତ୍ରୀ ଙ୍କୁ ସାହି ପଡୋଶୀ ଲୋକ ବୁଝା ସୁଝା କରି ଅସିନା ବାନୋ କୁ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଅସିମା ବାନୋଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ମନୀଷ କୁମାର ପୁରୋହିତ ସୂଚନା ଦେଇଛନ୍ତି ।





