କରଞ୍ଜିଆ, (ବାଘୁଆବାର୍ତ୍ତା): ସାବିତ୍ରୀ ରାଇସ ମିଲ ପଛ ପଟରେ ଥିବା ଶାଳ ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ। ଜଙ୍ଗଲକୁ ଛତୁ କୁଢାଇବା ଓ ପତ୍ର ତୋଳିବା ପାଇଁ ଯାଇଥିବା ମହିଳା ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ। ଏଭଳି ଅଭାବନୀୟ ଘଟଣା କରଞ୍ଜିଆ ଥାନା ଅଞ୍ଚଳରେ ଘଟିଛି। ଶିଶୁମୃତକୁ ନେଇ ଅଞ୍ଚଳରେ ଶୋକକୂଳ ପରିବେଶ ଦେଖିବାକୁ ମିଳିଛି। ମୃତଦେହକୁ ବ୍ୟବଚ୍ଛୋଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିବା ମୃତଦେହ। ତେବେ ମୃତ୍ୟୁର କାରଣ ଖୋଜୁଛି ପୋଲିସ। ସୂଚନାଯୋଗ୍ୟ ଯେ, ଆଜି ଭୋର ସକାଳୁ ଜଙ୍ଗଲକୁ ଛତୁ କୁଢାଇବା ଓ ପତ୍ର ତୋଳିବା ପାଇଁ ଯାଇଥିବା କିଛି ମହିଳା ଯାଇଥିବା ବେଳେ ଗୋଟିଏ ମୃତ ନବଜାତ ଶିଶୁ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନେ କରଞ୍ଜିଆ ଥାନାକୁ ଏବିଷୟରେ ଖବର ଦେଇଥିଲେ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁକୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ଆଣି ଏକ ୨୯/୨୨ ନମ୍ବର ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ବୋଲି କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜନ କୁମାର ସେଠୀ ସୂଚନା ଦେଇଛନ୍ତି।





